କୋଏମ୍ୱାଟୋର ଗୁଣଦୁଷ୍କର୍ମ- ଦୁର୍ବୃତ୍ତଙ୍କୁ ଏନକାଉଣ୍ଟର

କୋଏମ୍ୱାଟୋର ଏୟାରପୋର୍ଟ ପାଖରେ ଗଣଦୁଷ୍କର୍ମ। ହଷ୍ଟେଲରେ ରହୁଥିବା ଜଣେ ଛାତ୍ରୀଙ୍କୁ ଅପହରଣ କରି ପାଶବିକ ଅତ୍ୟାଚାର କରିଛନ୍ତି ୩ ଦୁର୍ବୃତ୍ତ। ରବିବାର ରାତିରେ ୨୦ ବର୍ଷୀୟା ଛାତ୍ରୀକୁ ଅପହରଣ କରି ଗଣଦୁଷ୍କର୍ମ କରିଛନ୍ତି। ନିଜ ବୟଫ୍ରେଣ୍ଡ୍ ସହ କାରରେ ଥିଲେ ଯୁବତୀ। ସମୟ ସାଢ଼େ ୧୦ଟା। ନିଜ ବୟଫ୍ରେଣ୍ଡ ସହ ବୃନ୍ଦାବନ ନଗରରେ କାର୍ ଛିଡ଼ା କରିଥିଲେ ଉଭୟ। ଆଉ ସେତିକିବେଳେ ବାଇକରେ ଆସି କାର୍ କାଚକୁ ଭାଙ୍ଗିଥିଲେ ଦୁର୍ବୃତ୍ତ। ଆଉ ଦୁହିଁଙ୍କୁ ଆକ୍ରମଣ କରିଥିଲେ। ଆଉ ଛାତ୍ରୀଙ୍କୁ ଧମକାଇ ସେଠାରୁ ଟେକିନେଇଯାଇଥିଲେ। ବାଇକରେ ଗୋଟିଏ କିଲୋମିଟର ନେଇ ନିଛାଟିଆ ଜାଗାରେ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ। ବୟଫ୍ରେଣ୍ଡ୍ ଜଣକ ଗୁରୁତର ଅବସ୍ଥାରେ ପୁଲିସକୁ ଫୋନ୍ କରି ସୂଚନା ଦେଇଥିଲେ। ଭୋର୍ ପ୍ରାୟ ୪ଟା ସୁଦ୍ଧା ପୀଡ଼ିତାଙ୍କୁ ଠାବ କରିଥିଲା ପୁଲିସ। ପୀଡ଼ିତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁଷ୍କର୍ମକାରୀ ତଥା ଆକ୍ରମଣକାରୀ ସେଠାରେ ବାଇକ୍ ଛାଡ଼ି ଫେରାର୍ ହୋଇଯାଇଥିଲେ। ପୁଲିସ ମୋଟର ସାଇକେଲ ନମ୍ୱରରୁ ଯାଞ୍ଚ ଆରମ୍ଭ କରି ପାଇଥିଲା ଯେ, ଏହା ଚୋରା ଗାଡ଼ି। ସୋମବାର ରାତିରେ ପୁଲିସ ମଦୁରାଇ ଜିଲ୍ଲାର ୩ ସନ୍ଦିଗ୍ଧଙ୍କୁ ଗିରଫ କରିଥିଲା। ଅଭିଯୁକ୍ତମାନେ ହେଲେ ସତୀଶ, ଗୁନା ଓ କାର୍ତ୍ତିକ। ଏ ତିନିଜଣ ଦିନ ମଜୁରିଆ। କୋଏମ୍ୱାଟୋରରେ ଏକ ଭଡ଼ା ଘରେ ରହୁଥିଲେ। ୩ ଜଣଙ୍କ ଡାକ୍ତରୀମାଇନା କରିଛି ପୁଲିସ। କିନ୍ତୁ ଧରିବା ଆଗରୁ ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର କରିଛି ପୁଲିସ। ଦୁର୍ବୃତ୍ତଙ୍କ ଗୋଡ଼ରେ ଗୁଳି ବାଜିଛି। ପୀଡ଼ିତା ଗଭୀର ମାନସିକ ଅବସାଦରେ ଅଛନ୍ତି। ତାଙ୍କ ବୟଫ୍ରେଣ୍ଡଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ଅପରାଧୀଙ୍କୁ ଧରିବାକୁ ପୁଲିସ ୭ଟି ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା। ପୁଲିସ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବାକୁ ଅପରାଧୀ ରେକର୍ଡ ଥିବା ୬୦ରୁ ଅଧିକ ଲୋକଙ୍କ ଫଟୋ ଲୋକଙ୍କୁ ଦେଖାଇଥିଲା। କିନ୍ତୁ କେହି ଆକ୍ରମଣକାରୀଙ୍କୁ ଚିହ୍ନଟ କରିପାରିଲେନି। ସିସିଟିଭି ବି ତନାଘନା କରିଥିଲା ପୁଲିସ। ଚେହେରା ସ୍ପଷ୍ଟ ଭାବେ ଦେଖାଯାଉନଥିଲା। ସେପଟେ ଗଣଦୁଷ୍କର୍ମ ଘଟଣାକୁ ନେଇ ରାଜନୀତି ଘମାସାନ ହୋଇଛି। ଏଆଇଏଡିଏମକେ ମହିଳା ମୋର୍ଚ୍ଚା ରାଜ୍ୟରେ ବୃଦ୍ଧି ପାଉଥିବା ମହିଳା ହିଂସା ବିରୁଦ୍ଧରେ ଆନ୍ଦୋଳନ କରିବାକୁ ଡାକରା ଦେଇଛି। ବିଜେପି ବିଧାୟକ ବନଥି ଶ୍ରୀନିବାସନ ଦଳୀୟ ପଦାଧିକାରୀଙ୍କ ସହ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ସରକାର କହିଛନ୍ତି, ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯିବ। ୩ ଅଭିଯୁକ୍ତ କୋଏମ୍ୱାଟୋରର ଏକ କନଷ୍ଟ୍ରକ୍ସନ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। ପୀଡ଼ିତାଙ୍କ ସହ ତାଙ୍କ ବୟଫ୍ରେଣ୍ଡର ୫ ବର୍ଷ ହେଲା ସମ୍ପର୍କ ରହିଛି। ରବିବାର ସଂଧ୍ୟାରେ ବାହାରକୁ ଖାଇବାକୁ ବାହାରିଥିଲେ ଦୁହେଁ। ରାତିରେ ଡିନର ପରେ କାର୍ ଚଳାଇ ଏୟାରପୋର୍ଟ ପଛପଟେ ଥିବା ବୃନ୍ଦାବନ ନଗରରେ ପହଞ୍ଚିଥିଲେ। ଆଉ ଏତିକିବେଳେ ଏମାନଙ୍କ ସହ ବଡ଼ ଅଘଟଣ ଘଟିଗଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *