ଧରାପଡ଼ିଲା କନଷ୍ଟେବଳଙ୍କ ଅସୁଲି ଖେଳ। ଅଫିସରଙ୍କ ସହମତିରେ ମିରଟର ଜଣେ କନଷ୍ଟେବଳ କେମିତି ଚାନ୍ଦା ଆଦାୟ କରୁଥିଲା, ତାହାର ଖୁଲାସା ହୋଇଛି। ୨ ବର୍ଷ ହେଲା ଏସପି ତାଙ୍କୁ ବଦଳି କରିଦେଇଥିଲେ। ତା ସତ୍ତ୍ୱେ ବଦଳି ଆଦେଶକୁ ଅନ୍ଧାରରେ ରଖିଥିଲେ। ଲାଇନ୍ ହାଜିର ପରେ ବି ସିଟି ଅଫିସରେ ନିଯୁକ୍ତି ପାଇଥିଲେ। କନେଷ୍ଟବଳଙ୍କ ଆକାଉଣ୍ଟରୁ ୧୦ଲକ୍ଷ ଟଙ୍କା ମିଳିଛି। ସ୍ପା, ମସାଜ ସେଣ୍ଟରରୁ ଅସୁଲି କରି ଅୟସ ଜୀବନ କାଟୁଥିଲେ ଅଜିତ୍ ସିଂ। ଫୋନ୍ ପେ ରେ ବିଭିନ୍ନ ଲୋକଙ୍କଠୁ ଟଙ୍କା ଆସିଥିଲା। ହେଡ୍ କନଷ୍ଟେବଳ ଅଜିତଙ୍କୁ ଜାନୁଆରୀ ୩୦ରେ ଲାଇନ୍ ହାଜିର କରାଯାଇଥିଲା। ଏହାରି ଭିତରେ ଜଣେ ପୁଲିସ କର୍ମୀ ଛୁଟିରେ ଯାଇଥିଲେ। ଆଉ ସେଟିଂ କରି କୌଣସିମତେ ଏସପି ଅଫିସରେ ନିୟୋଜିତ ହୋଇଗଲେ। କିଛି ଦିନ ଡ୍ଯୁଟି କରିବା ପରେ ଅଜଣା ଚିଠି ଡିଆଇଜି ଓ ଏସପିଙ୍କୁ ଡାକରେ ଆସିଥିଲା। ଏଥିରୁ ଜଣାପଡ଼ିଥିଲା ଯେ, ଅଜିତ ସିଟି ଏସପିଙ୍କ ଅଫିସରେ କେମିତି ଡ୍ୟୁଟି କରୁଛନ୍ତି। ଆଉ ଯାଞ୍ଚ ପରେ ସବୁ କାରସାଦି ଜଣାପଡ଼ିଥିଲା। ଯାଞ୍ଚରୁ ଜଣାପଡ଼ିଥିଲା, ଅଜିତ ସିଂ ୬ ବର୍ଷ ଧରି ଲଗାତାର ସିଟି ଏସପି ଅଫିସରେ କାମ କରିଆସୁଛନ୍ତି। ୨ ବର୍ଷ ପୂର୍ବରୁ ବଦଳି ହୋଇସାରିଥିଲେ ବି ବଦଳି ଅର୍ଡର କାର୍ଯ୍ୟକାରୀ ହେଲାନି। ଏସପି ଏସବୁ କାରସାଦିରେ କେଉଁମାନେ ସଂପୃକ୍ତ, ତାହାର ଖୋଳତାଡ଼ ଜାରି ରଖିଛନ୍ତି। ପୁଲିସ ଲାଇନରେ ସେଟିଂ କରି ଟଙ୍କା ଅସୁଲି କରୁଥିଲେ। କୁହାଯାଉଛି, ବେଆଇନ ଧନ୍ଦା କରୁଥିବା ବ୍ୟକ୍ତିଙ୍କଠୁ ଟଙ୍କା ଅସୁଲି କରୁଥିଲେ ଅଜିତ୍। ଅଫିସର ବଦଳୁଥିଲେ। କିନ୍ତୁ ଅଜିତଙ୍କ ବଦଳି ହେଉନଥିଲା। ଏମିତିରେ ସମସ୍ତ ଅଫିସରଙ୍କ ଖାସ୍ ହୋଇପଡ଼ିଥିଲେ ଅଜିତ୍। ସହରରେ ଅବୈଧ କାମର ସଂରକ୍ଷକ ସାଜି ଅଫିସରଙ୍କୁ ଭ୍ରମରେ ରଖି ନିଜ ପକେଟ ଗରମ କରୁଥିଲା। ଏକ ଅଜ୍ଞାତ ଚିଠିରୁ ସବୁ ଯୋଜନା ଫସର ଫାଟିଯାଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now