ହୋଲିର ରଙ୍ଗ ଭିତରେ କ୍ରୁରତା ଓ ଲଜ୍ଜାକର ଘଟଣା ଆସିଛି ହରିଆଣାରୁ। ଭାଇରାଲ ଭିଡ଼ିଓରେ ଦେଖାଯାଇଛି ଯେ, କିଛି ଯୁବକ ଗାଇକୁ ଜବରଦସ୍ତି ମଦ ପିଆଉଛନ୍ତି। ଆଉ ନିଶା ଅବସ୍ଥାରେ ଠେଲା ଗାଡ଼ି ଟଣାଇଲେ। ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଭାଇରାଲ ପରେ ଲୋକଙ୍କ ଭିତରେ ଆକ୍ରୋଶ ବଢ଼ିଛି। ନିରୀହ ପଶୁଟି ପ୍ରତି ଏଭଳି ବର୍ବରତାକୁ ନେଇ ସମସ୍ତେ ନିନ୍ଦା କରିବା ସହ ଏମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯାନୁଷ୍ଠାନ ଦାବି କରିଛନ୍ତି। ଏହି ଯୁବକମାନେ ଏକ ଶଗଡ଼ ଗାଡ଼ିରେ ବସିଥିଲେ। ଯାହାକୁ ଗାଈଟି ଟାଣୁଥିଲା। ଦୁଇ ଜଣ ଯୁବକ ଜବରଦସ୍ତି ଗାଈର ମୁହଁ ଖୋଲି ମଦ ପିଆଇଥିଲେ। ନିଶାଗ୍ରସ୍ତ ଯୁବକମାନେ ସେହି ଗାଡ଼ିକୁ ଗାଇ ଦ୍ୱାରା ଟଣାଇଥିଲେ। ଆଖପାଖରେ ଥିବା ଲୋକେ ଏହି ହରକତକୁ ରୋକିବା ବଦଳରେ ତମାସା ଦେଖୁଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now