ଅଢେଇ ବର୍ଷର ଶିଶୁ ପୁତ୍ରକୁ ୨୦ହଜାର ଟଙ୍କାରେ ବିକ୍ରି ଅଭିଯୋଗ। ଏଭଳି ଅଭାନୀୟ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା କାନପୁର ଅଞ୍ଚଳରେ । ଅଭିଯୋଗ ଆଣିଛନ୍ତି ଖୋଦ ଶିଶୁପୁତ୍ରର ଜେଜେବାପା। ସୂଚନା ଅନୁଯାୟୀ ରାହାସ ସାମଲଙ୍କ ଏକମାତ୍ର ଅଢେଇ ବର୍ଷର ନାତି (ନିତାଇ ସାମଲ )କୁ ନେଇ ତାଙ୍କ ପୁତ୍ରବଧୁ ଗତ 6ମାସ ତଳେ ତାଙ୍କ ବାପ ଘର ନିଶ୍ଚନ୍ତକୋଇଲି ବଡକ୍ଷୀରି ରେ ଛାଡ଼ି ଅନ୍ୟ ଏକ ପୁରୁଷ ସହ କେଉଁଆଡ଼େ ପଳେଇଯାଇଛନ୍ତି। ତେବେ ନାତିକୁ ତାଙ୍କ ଘରକୁ ଆଣିବାକୁ ଯାଇ ସେଠାରେ ନାତି ନଥିବା ଏବଂ ନାତିକୁ ତାଙ୍କ ମାମୁଁ ଅନ୍ୟତ୍ର କୋଡିଏ ହଜାର ଟଙ୍କାରେ ବିକ୍ରି କରାଯାଇଥିବା ଜାଣିବାକୁ ପାଇବା ପରେ ସାଲେପୁର ଥାନାରେ ଏକ ଲିଖିତ ଏତେଲା ଦେଇଛନ୍ତି ରାହାସ ସାମଲ। ତେବେ ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now