ଫେସବୁକ ପୋଷ୍ଟକୁ କେନ୍ଦ୍ର କରି ମନ୍ଦିର ଭଙ୍ଗାରୁଜା

Spread the love

ଫେସବୁକ ପୋଷ୍ଟକୁ ନେଇ ଲଙ୍କାକାଣ୍ଡ । ବାଂଲାଦେଶ ନାରେଜ ଜିଲ୍ଲା ଅନ୍ତର୍ଗତ ସାହପରା ଇଲାକାରେ ଫେସବୁକ ପୋଷ୍ଟ କୁ ନେଇ ଲଙ୍କାକାଣ୍ଡ l ଫେସବୁକ ପୋଷ୍ଟ କୁ କେନ୍ଦ୍ର କରି କିଛି ଯୁବକ ହିନ୍ଦୁ ମନ୍ଦିର ଭଙ୍ଗାରୁଜା କରିବା ସହ ସେମାନଙ୍କ ଘର ଦୋକାନ ଭାଙ୍ଗିଦେଇଥିବା ଜଣାପଡିଛି । ମନ୍ଦିର ଉପରକୁ ଟେକା ପଥର ମାଡ କରିବା ସହ ମନ୍ଦିରକୁ ପଶି ସବୁ ଆଶବାବାପତ୍ର ନଷ୍ଟ କରିଦେଇଥିବା ସ୍ଥାନୀୟ ପୋଲିସ ପକ୍ଷରୁ ଜଣାପଡିଛି । ମୁସଲମାନ ସମ୍ପ୍ରଦାୟ ବିରୋଧରେ ପୋଷ୍ଟ କରିଥିବା ଯୁବକ ଫେରାର ହୋଇଥିବା ବେଳେ ତାଙ୍କ ବାପାଙ୍କୁ ପୋଲିସ ଅଟକ ରଖିଛି । ପୋଲିସ ପକ୍ଷରୁ ସମ୍ପୃକ୍ତ ଯୁବକକୁ ଖୋଜାଖୋଜି କରାଯାଉଛି । ଦୁର୍ବର୍ତ୍ତଜୋରଜବରଦସ୍ତ ଘରେ ପଶି ବହୁ ମୁଲ୍ୟବାନ ସାମଗ୍ରୀ ଲୁଟ କରିନେବା ସହ ଘରର ନିଆଁ ଲଗେଇ ଦେଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।

ଫେସବୁକ ର ଏହି ପୋଷ୍ଟ ଭାଇରାଲ ହେବା ପରେ ସଂଙ୍ଖ୍ୟାଲଘୁ ସମ୍ପ୍ରଦାୟର କିଛି ଯୁବକ ହିନ୍ଦୁଙ୍କ ଘର ଆଗରେ ପ୍ରତିବାଦ କରିଥିଲେ । ଏହା ପରେ ଉତ୍ତ୍ୟକ୍ତ ଗୋଷ୍ଠୀ ସେମାନଙ୍କ ଉପରକୁ ଆକ୍ରୋଶମୁଳକ ଭାବେ ଆକ୍ରମଣ କରିଥିଲେ । ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ଆକ୍ରମଣକାରୀଙ୍କ ମଧ୍ୟ୍ୟରୁ କାହିରିକୁ ପୋଲିସ ବର୍ତ୍ତମାନ ସୁଦ୍ଧା ଗିରଫ କରାଯାଇନାହିଁ ।

  • ସ୍ମରଜିତ୍ ଆର୍ଯ୍ୟ ନକ୍ଷତ୍ର ନିଜ୍ୟୁ

Leave a Reply

Your email address will not be published. Required fields are marked *