ରାଜଧାନୀ ରାଜରାସ୍ତାରେ ମୁଣ୍ଡ କାଟି ବୀଭତ୍ସ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ କରିଛି କମିଶନରେଟ ପୁଲିସ। ହତ୍ୟାକାଣ୍ଡରେ ସାମିଲ୍ ଦମ୍ପତ୍ତି ଲକ୍ଷ୍ମୀଧର ନାୟକ, ପତ୍ନୀ ଲିପିକା ଓ ସହଯୋଗୀ ରକିଙ୍କୁ ଶରଣକୂଳରୁ ଗିରଫ କରିଥିଲା ପୁଲିସ। କାମରୁ ବାହାର କରିଦେବା ଓ ବ୍ରାଉନସୁଗାର ବେପାରରେ ବାଧକ ସାଜିବାରୁ ପ୍ରତିଶୋଧ ପରାୟଣ ସାଜି ଏଭଳି ବୀଭତ୍ସ ହତ୍ୟା କରିଥିଲେ ଅଭିଯୁକ୍ତ। ୩ ଅଭିଯୁକ୍ତଙ୍କୁ ପୁଲିସ ଦୟାନଦୀ ପଠାକୁ ନେଇଥିଲା। ଧଉଳି ନିକଟ ଦୟା ନଦୀ ପାଖରେ ହତ୍ୟାକାଣ୍ଡ ପରେ ଖଣ୍ଡାକୁ ପିଙ୍ଗିଥିଲେ ଦୁର୍ବୃତ୍ତ। ସେଠାରେ ହତ୍ୟାରେ ବ୍ୟବହୃତ ଖଣ୍ଡାକୁ ଜବତ କରିଥିଲା ପୁଲିସ। ଯେଉଁ ବ୍ୟାଗରେ ଖଣ୍ଡା ରଖାଯାଇଥିଲା ପାଣିରୁ କଢ଼ାଯାଇଥିଲା।
ସହଦେବ ନାୟକ ହତ୍ୟାକାଣ୍ଡ ପରେ ରାଜନୀତି ବି ଥମୁନି। ମୁଖ୍ୟ ଆସାମୀ ବାବଦରେ ସହଦେବ ପୁଲିସକୁ ସୂଚନା ଦେଇଥିଲେ ପୂର୍ବରୁ। ଜେଲରୁ ଫେରି ସହଦେବର ସୁପାରୀ ଦେଇ ମାରିଦିଆଗଲା। ପୁଲିସ ଇନଫର୍ମରକୁ ସୁରକ୍ଷା ଦେଇପାରିଲାନି ପୁଲିସ। ସହଦେବଙ୍କର ଦୁଇ ଛୋଟ ଝିଅ। ତାଙ୍କ ସଂସାର ଉଜୁଡ଼ିଗଲା। ପୁଲିସକୁ ସହଦେବ ଖବର ଦିଅନ୍ତି ବୋଲି ହତ୍ୟାକାରୀ କେମିତି ଜାଣିଲେ ବୋଲି ପଚାରିଛନ୍ତି ବିରୋଧୀ। ଶରୀରର ୨୧ ସ୍ଥାନରେ ହଣାଯାଇଛି। ପୁଲିସ କୋଟିଏ ଟଙ୍କା କ୍ଷତିପୂରଣ ଦେଉ ପରିବାରକୁ। କ୍ଷତିପୂରଣ ନ ମିଳିଲେ ୭ଦିନ ପରେ ବିଜେଡି ରାଜରାସ୍ତାରେ ଆନ୍ଦୋଳନ କରିବ। କ୍ଷତିପୂରଣ ସହ ପତ୍ନୀଙ୍କୁ ଚାକିରୀ ଦିଆଯାଉ। ପୁଲିସ ମିତ୍ର ଯଦି ସୁରକ୍ଷିତ ନୁହେଁ, ସାଧାରଣ ଲୋକ କେତେ ସୁରକ୍ଷିତ। ସହଦେବଙ୍କ ଲାଗି ସଫେଇ କର୍ମଚାରୀ କେବଳ ନୁହେଁ, ସମସ୍ତେ କାନ୍ଦୁଛନ୍ତି। ଶାସକ ଦଳ କହିଛି, ଦୋଷୀଙ୍କୁ କଡ଼ା ଦଣ୍ଡବିଧାନ ହେବ। ଖୁବଶୀଘ୍ର ଚାର୍ଜସିଟ୍ ଫାଇଲ୍ ହେବ। ଏଭଳି ଘଟଣାରେ ସହଦେବଙ୍କ ପରିବାରକୁ ସରକାର ସବୁପ୍ରକାର ସାହାଯ୍ୟ ଓ ସହଯୋଗ କରିବେ।୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ। ଜାମିନ ନାମଞ୍ଜୁର ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଆବଶ୍ୟକସ୍ଥଳେ ପୁଲିସ ସେମାନଙ୍କୁ ରିମାଣ୍ଡରେ ଆଣିବ। ହତ୍ୟାକାଣ୍ଡ ପଛରେ କି ରହସ୍ୟ ଥିଲା, ପୁଲିସ ସ୍ପଷ୍ଟ କରିଛି। ସହଦେବ ନାୟକ ହତ୍ୟାକାଣ୍ଡ ରାଜଧାନୀର ଆଇନଶୃଙ୍ଖଳା ବ୍ୟବସ୍ଥାକୁ ବଡ଼ ଚ୍ୟାଲେଞ୍ଜ କରିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now