ହାଜତ ମୃତ୍ୟୁ ମାମଲାରେ ମନ୍ଦିରର ସୁରକ୍ଷାକର୍ମୀଙ୍କ ପରିବାରକୁ ଅତିରିକ୍ତ ୨୫ଲକ୍ଷ ଟଙ୍କା ଅନ୍ତରୀଣ ସହାୟତା ଦେବାକୁ ନିର୍ଦେଶ ଦେଇଛନ୍ତି ମାଡ୍ରାସ ହାଇକୋର୍ଟ। ତାମିଲନାଡ଼ୁ ସରକାର ଏହାକୁ ଦେବେ। ଶିବଗଙ୍ଗାରେ ସୁରକ୍ଷାକର୍ମୀଙ୍କୁ ଚୋରି ଆରୋପରେ ପୁଲିସ ହାଜତରେ ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଥିଲା। ରାଜ୍ୟ ସରକାର ଏ ଘଟଣାରେ ମୃତକଙ୍କ ପରିବାରକୁ ଆଗରୁ ସାଢ଼େ ୭ଲକ୍ଷ ଟଙ୍କା ଦେଇସାରିଛନ୍ତି। ୨୭ ବର୍ଷୀୟ ମନ୍ଦିର ସୁରକ୍ଷାକର୍ମୀ ଅଜିତ କୁମାରଙ୍କ ହାଜତ ମୃତ୍ୟୁରେ ତାମିଲନାଡୁ ପୁଲିସକୁ ଆଗରୁ କଡ଼ା ନିନ୍ଦା କରିଥିଲେ ହାଇକୋର୍ଟ। ଜୁନ୍ ୨୭ରେ ଚୋରି ଅଭିଯୋଗରେ ଅଜିତଙ୍କୁ ଗିରଫ କରାଯାଇଥିଲା। ଶବ ବ୍ୟବଛେଦରେ ତାଙ୍କ ଶରୀରରେ ୪୪ଟି କ୍ଷତ ଚିହ୍ନ ଦେଖାଯାଇଥିଲା। ପୁରା ଶରୀରରେ ଅତ୍ୟାଚାରର ଚିହ୍ନ ଥିଲା। ପୁଲିସ ନିଜ ତାକତର ନିଶାରେ ଏତେ ଚୁର୍ ହୋଇଯାଇଥିଲା ଯେ, ପୁଲିସର ବର୍ବରତାକୁ ନେଇ ଅଙ୍ଗୁଳି ଉଠାଇଥିଲେ ହାଇକୋର୍ଟ। କୃର ହତ୍ୟାକାଣ୍ଡ ବୋଲି ଅଭିହିତ କରିଥିଲେ ହାଇକୋର୍ଟ।

Naxatra News is now on Whatsapp
Join and get latest news update delivered to you via whatsapp
Join Now