ଡି ମାର୍ଟ ଷ୍ଟୋରର କର୍ମଚାରୀଜଣକର ଏତିକି ମାତ୍ର ଭୁଲ୍ ଥିଲା ଯେ, ସେ ହିନ୍ଦୀରେ କହିଥିଲେ। କାହିଁକି ମରାଠୀ ଭାଷା କହିଲେନି। ଏହାକୁ ନେଇ ମହାରାଷ୍ଟ୍ର ନହନିର୍ମାଣ ସେନାର କାର୍ଯ୍ୟକର୍ତ୍ତା ତାଙ୍କୁ ପିଟିବା ସହ ମରାଠୀରେ କହିବାକୁ ବାଧ୍ୟ କଲେ। ଏହାର ଭିଡିଓ ଏବେ ଭାଇରାଲ ହୋଇଛି। ମରାଠୀ ଭାଷା ଆସୁନି ବୋଲି ଯେତେ କହିଲେ ବି କର୍ମଚାରୀଜଣକ କଥା ଶୁଣିନଥିଲେ କେହି। ମୁମ୍ୱାଇର ଅନ୍ଧେରୀ ପଶ୍ଚିମ ଅଞ୍ଚଳରେ ଥିବା ବର୍ସୋବାର ଏକ ଡି-ମାର୍ଟ ଷ୍ଟୋରରେ ଏମିତି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଆଗ ଗ୍ରାହକ ଓ ଷ୍ଟୋର କର୍ମଚାରୀ ଭିତରେ ମରାଠୀ ଭାଷାକୁ ନେଇ ଯକ୍ତିତର୍କ ହୋଇଥିଲା। ଏହା ପରେ ଏହା ହିଂସା ଆଡ଼କୁ ଆଗେଇଥିଲା। ଗ୍ରାହକ ଜଣଙ୍କୁ ଯେତେବେଳେ ଷ୍ଟୋର କର୍ମଚାରୀ କହିଥିଲେ, ସେ ମରାଠୀ ଜାଣିନାହାନ୍ତି। କେବଳ ହିନ୍ଦୀରେ ହିଁ କଥାବାର୍ତ୍ତା କରିପାରିବେ। ଏହାକୁ ନେଇ ଉପୁଜିଥିବା ବିବାଦ ଭିତରେ ଷ୍ଟୋରରେ ପହଞ୍ଚିଯାଇଥିଲେ ରାଜ ଠାକରେଙ୍କ ଏମଏନଏସ କାର୍ଯ୍ୟକର୍ତ୍ତା। ମହାରାଷ୍ଟ୍ରରେ ରହିବାକୁ ହେଲେ ମରାଠୀ ଭାଷାକୁ ସମ୍ମାନ ଦେବା ସହ ଏହା କହିବା ବାଧ୍ୟ ବୋଲି କହିଥିଲେ। ତେବେ ଏହାକୁ ନେଇ କିଛି ଲୋକ ଭାଷାର ପ୍ରସଙ୍ଗ କହିଥିଲା ବେଳେ ଆଉ କିଛି ଏହାକୁ ଗୁଣ୍ଡାଗର୍ଦ୍ଦି ବୋଲି ଅଭିହିତ କରିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now