ଜିଆରପି ଥାନାରେ ଦଳିତ ମାଆ ନାତିଙ୍କୁ ଅତ୍ୟାଚାର

ମଧ୍ୟପ୍ରଦେଶର ଜିଆରପି ପୁଲିସ ଜଣେ ୧୫ ବର୍ଷର ନାବାଳକ  ଓ ତା ଜେଜେ ମାଆଙ୍କୁ ଥାନାରେ ମାଡ଼ ମାରିବାର ଭିଡ଼ିଓ ପଦାକୁ ଆସିବା ପରେ ହଇଚଇ ଖେଳିଛି। କାଟନି ଜିଆରପି ପୁଲିସର କିଛି କର୍ମଚାରୀ ଆଗ ଦଳିତ ଯୁବକଟିକୁ ପ୍ରବଳ ପିଟିଥିଲେ। ପରେ ଥାନା ଅଧିକାରିଣୀ ଯୁବକର ମାଆକୁ ପିଟିବା ସହ ତଳେ ପକାଇ ଗୋଇଠା ମାରିଥିଲେ। ପାଣି ମାଗିବାରୁ ପୁଣି ବାଡ଼ିରେ ପିଟିଥିଲେ। ୧୦ ମାସ ତଳର ପୁରୁଣା ଭିଡ଼ିଓ ସାମ୍ନାକୁ ଆସିବା ପରେ ପୀଡ଼ିତା ମହିଳା ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। ତାଙ୍କ ପୁଅ କୁଆଡ଼େ ଗଲା କହି ପଚରାଉଚୁରା ଲାଗି ଥାନାକୁ ଡାକି ଏମିତି ଅତ୍ୟାଚାର କରାଯାଇଥିଲା ବୋଲି ଆରୋପ ଲଦିଛନ୍ତି। ଜିଆରପି ପୁଲିସ ସ୍ପଷ୍ଟ କରିଛି, ଏ ଭିଡ଼ିଓ ଅକ୍ଟୋବର ୨୦୨୩ର। ଘଟଣା ପଦାକୁ ଆସିବା ପରେ ଥାନା ପ୍ରଭାରୀଙ୍କୁ ତତ୍କାଳ ହଟାଇ ଜବଲପୁର ହେଡକ୍ୱାର୍ଟରରେ ଆଟାଚ୍ କରାଯାଇଛି। ଡିଆଇଜିଙ୍କୁ ଏହାର ତଦନ୍ତ ନିର୍ଦେଶ ଦିଆଯାଇଛି। କଂଗ୍ରେସ ଏ ମାମଲାରେ ମୋହନଲାଲ ସରକାରଙ୍କୁ ଘେରିଛି। ସମାଜ ଲାଗି ଏହା ଏକ ଗମ୍ଭୀର ଚେତାବନୀ ବୋଲି ସାଂସଦ କୁମାର ଶୈଲଜା କହିଛନ୍ତି। ଦଳିତଙ୍କ ପ୍ରତି ହିଂସା ଓ ଭେଦଭାବର ଅନ୍ତ ହେବା ଜରୁରୀ।

https://twitter.com/i/status/1828816135116193859

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *