ପୁଅକୁ ପୁଅ ଡାକିବାରୁ ଦଳିତ ଯୁବକକୁ ହତ୍ୟା!

ଦଳିତଙ୍କ ଉପରେ ଅତ୍ୟାଚାର ସୀମା ପାର୍ କରିଗଲା। ଗୁଜରାଟର ଅମରେଲି ଜିଲ୍ଲା ଲାଠି ତହସିଲ ଅନ୍ତର୍ଗତ ଜରଖିଆ ଗାଁରେ ମର୍ଡର। ଏକ ଦୋକାନକୁ ଲୁଣ ପ୍ୟାକେଟ କିଣିବାକୁ ଯାଇଥିବା ୩ ଦଳିତ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା ଦୋକାନୀ। କାରଣ ଦୋକାନରେ ବସିଥିବା ଛୋଟ ପିଲାଟି ଲୁଣ ପ୍ୟାକେଟ ଦେଉଥିବା ବେଳେ ହାତ ନ ପାଇବାରୁ ଦଳିତ ଯୁବକ ତାକୁ କହିଥିଲେ, ପୁଅ ଯଦି ହାତ ପାଉନି, ତାହେଲେ ସେମାନେ ନିଜେ ପ୍ୟାକେଟ୍ ନେଇଯିବେ କି। କିନ୍ତୁ ଏତିକିରେ ଦୋକାନୀର ରାଗ ପଞ୍ଚମକୁ ଉଠିଯାଇଥିଲା। ତାଙ୍କ ପୁଅକୁ ପୁଅ ସେମାନେ ଡାକିବାକୁ କିଏ ବୋଲି ପଚାରି ଅଚାନକ କୁରାଢ଼ୀରେ ଆକ୍ରମଣ କରିଥିଲା। ୧୦ରୁ ୧୫ ଜଣଙ୍କୁ ଦୋକାନକୁ ଡାକି ଏମାନଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲା। ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବାରୁ ସଂଧ୍ୟାରେ ୨୦ ବର୍ଷର ନୀଲେଶର ମୃତ୍ୟୁ ହୋଇଗଲା। ଗୁଜରାଟରେ ଜାତିବାଦ, ଅସ୍ପୃଶ୍ୟତାକୁ ନେଇ ଏଭଳି ଘଟଣାକୁ ନେଇ ସମସ୍ତେ ସ୍ତବ୍ଧ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *