ଜଙ୍ଗଲ ଭିତରୁ ଯୁବକର ଶବ ଉଦ୍ଧାର

Spread the love

କନ୍ଧମାଳ : କନ୍ଧମାଳ ଜିଲ୍ଲା ସଦର ମହକୁମା ଖଜୁରୀପଡ଼ା ବ୍ଲକ ଗୁଦାରୀ ଗ୍ରାମପଞ୍ଚାୟତ ନିକଟ ସୁଡୁଲି ଓ ଖମାରି ଗ୍ରାମର ମଧ୍ୟବର୍ତ୍ତୀ ପାହାଡ଼ ର ଜଙ୍ଗଲ ଭିତରେ ଏକ ପଥର ଉପରେ ଏକ ଅଜଣା ଯୁବକର ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ ଖମାରୀ ଗ୍ରାମର କିଛି ଲୋକ । ଚାଷ ବାସ ସମୟ ହୋଇଥିବାରୁ ଖମାରୀ ଗ୍ରାମର କିଛି ଲୋକ ଲଙ୍ଗଳକାଠ ଆଣିବାକୁ ଯାଇ ଏହି ମୃତ ଦେହ ଠାବ କରିଥିଲେ । ତତ୍କ୍ଷ ଣାତ ଭୟରେ ଗାଁକୁ ଆସି ହୋହାଲ୍ଲା ହେବା ସହ ଖଜୁରୀପଡ଼ା ପୋଲିସ କୁ ଖବର କରିଥିଲେ । ପୋଲିସ ଓ ଗ୍ରାମବାସୀ ମିଳିତ ଭାବେ ସେହି ସ୍ଥାନରେ ପହଞ୍ଚି ପାରିପାର୍ଶ୍ୱକ ସ୍ଥିତିକୁ ନେଇ ଯାଞ୍ଚ କରିଥିଲେ । ବହୁ ଲୋକଙ୍କ ଠାରୁ ଖବର ନେବା ପରେ ଯୁବକ ଜଣକର ଠିକଣା ମିଲିପାରିଥିଲା । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସୁ୍ଡରୁକୁମ୍ପା ଗ୍ରାମପଞ୍ଚାୟତ ଅନ୍ତର୍ଗତ କାଲିଆମ୍ବା ଗ୍ରାମର ସୁବାସ ଚନ୍ଦ୍ର ମଲ୍ଲିକ ୨୯ ବର୍ଷ ବୋଲି ଜଣା ପଡିଛି । ମୃତଙ୍କ ପରିଚୟ ବିଳମ୍ବରେ ପୋଲିସ ପାଇବା ପରେ ପୋଲିସ ମୃତ ଯୁବକ ସୁବାସ ମଲ୍ଲିକଙ୍କ ପରିବାର ଙ୍କୁ ଡକାଇ ଘଟଣା ଉପରେ ପଚାର ଉଚରା କରିବା ସହ ରାତି ପ୍ରାୟ ବାରଟା ସମୟରେ ରାସ୍ତା କଡ଼କୁ ନେଇଆସିଥିଲେ । ବର୍ଷା ପାଗ ଯୋଗୁଁ ଖଜୁରୀପଡ଼ା ଥାନା ଅଧିକାରୀ ଗେଲି କୁମାରୀ ସାହୁ ତଦନ୍ତରେ ବିଳମ୍ବ ହେବା ଓ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା କହିଛନ୍ତି । ପାହାଡ଼ ଜଙ୍ଗଲ ଭରା ମଧ୍ୟରେ ଏଭଳି ପଥର ଉପରେ ଏପରି ଘଟଣା କିଭଳି ଘଟିଲା ତାହା ସ୍ପଷ୍ଟ ଜଣା ନ ପଡ଼ିଥିବା ବେଳେ ସାଧାରଣ ରେ ଏହା ଏକ ପରିକଳ୍ପିତ ହତ୍ୟା କାଣ୍ଡ ବୋଲି ସାଧାରଣ ରେ ସନ୍ଦେହ କରାଯାଉଛି । ସ୍ଥାନୀୟ ଲୋକ ଓ ପରିବାରଙ୍କ ଅଭିଯୋଗ କି ତାଙ୍କୁ ହତ୍ୟା କରି ଦିଆଯାଇଛି ।ଏହାର ତଦନ୍ତ କରି ପ୍ରକୃତ ଦୋଷୀକୁ ଦଣ୍ଡ ଦିଆଯାଉ ।ଏହି ଘଟଣାକୁ ତଦନ୍ତ ପାଇଁ ସକାଳ ଦଶଟା ସମୟରେ କରିବା ଜିଲ୍ଲା ସାଇଣ୍ଟିଫିକ ଦଳ ଓ ଖଜୁରୀପଡ଼ା ପୋଲିସ ପହଞ୍ଚି ଥିଲେ ।

Leave a Reply

Your email address will not be published. Required fields are marked *