ଅନୁଗୁଳ ଜିଲ୍ଲା ଶିବରାମପୁର ଗ୍ରାମ ନିକଟସ୍ଥ ରାସ୍ତାପାଖ ଜଙ୍ଗଲରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର । ଦଶ ଦିନ ପରେ ନିଖୋଜ ଯୁବକର ଗଳିତ ମୃତଦେହ ଠାବ ହୋଇଛି । ଯୁବକ ଜଣକ ହେଲେ ତାଳଚେର ଦେଉଳବେଡା ଅଞ୍ଚଳର ବିଶ୍ୱଜିତ୍ ନାଏକ । ତେବେ ରାସ୍ତାପାଖ ଜଙ୍ଗଲ ନିକଟ ଏକ ଟ୍ରେଞ୍ଚ ଭିତରେ ମୃତଦେହ ପଡିଥିବା ବେଳେ କିଛି ଦୂରରେ ଯୁବକର ସ୍କୁଟିଟି ପଡିଥିବା ଦେଖିବାକୁ ମିଳିଛି । ପୁଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ତାଙ୍କ ବାପା ।ଘଟଣାସ୍ଥଳରେ ତାଳଚେର ଓ କୋଲିୟାରୀ ପୋଲିସ ସହ ସାଇଣ୍ଟିଫିକ ଟିମ ପହଁଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି । ସୂଚନାଅନୁସାରେ ଏପ୍ରିଲ ୨୭ ତାରିଖରୁ ଯୁବକ ଜଣକ ନିଖୋଜ ହୋଇଥିବା ନେଇ ତାଳଚେର କୋଲିୟାରୀ ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ଏହା ଏକ ହତ୍ୟା ନା ଦୁର୍ଘଟଣା ତାହା ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ।

Naxatra News is now on Whatsapp
Join and get latest news update delivered to you via whatsapp
Join Now