ବିଦ୍ୟାଳୟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଅନୁଗୋଳ ଜିଲ୍ଲା ବାଗଡ଼ିଆ ପ୍ରାଥମିକ ବିଦ୍ୟାଳୟର ବନ୍ଦ କୋଠରୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର l ସୂଚନା ମୁତାବକ, ମୃତକ ଜଣକ ହେଲେ ବାଗଡିଆ ଥାନା ବାରମଞ୍ଚା ଗାଁର ଯୁବକ ତପନ ମାଝୀ । ମୃତକ ଜଣଙ୍କ ବାଗଡିଆ ପ୍ରାଥମିକ ସରକାରୀ ବିଦ୍ୟାଳୟ ପରିସରରେ ନିର୍ମାଣ ହେଉଥିବା ଅଙ୍ଗନବାଡି କେନ୍ଦ୍ରର ମିସ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ । ରବିବାର ବିଳମ୍ବିତ ରାତିରେ ସାଥୀ ଶ୍ରମିକ ମାନେ ବାହାରକୁ ଯାଉଥିବା ବେଳେ କୋଠରୀ ଭିତରପଟୁ ତାଲା ବନ୍ଦ କରି ଆତ୍ମହତ୍ୟା କରିଛନ୍ତି । କିଛି ସମୟ ପରେ ସାଥୀ ଶ୍ରମିକ ମାନେ କୋଠରୀ ଭିତରପଟୁ ବନ୍ଦ ଥିବା ଦେଖି ଝରକାରୁ ଆମହତ୍ୟା କରିଥିବା ଦେଖିଥିଲେ l ଏନେଇ ପରିବାର ଲୋକେ ଜାଣିବା ପରେ ବାଗଡିଆ ଥାନା ଅଭିଯୋଗ କରିଛନ୍ତି। ଘଟଣା ସ୍ଥଳରେ ବାଗଡିଆ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚାରାଉଚରା ଜାରି ରଖିଥିବା ବେଳେ ବିଳମ୍ବିତ ରାତିରେ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ସୂଚନା ରହିଛି। ସାଇଣ୍ଟିଫିକ ଟିମ ଆସିବା ପରେ ଆତ୍ମହତ୍ୟାର କାରଣ ଜଣା ପଡିବ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now