ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର

କନ୍ଧମାଳମାଳ ଜିଲ୍ଲା ଟିକାବାଲି  ଥାନା ଅନ୍ତର୍ଗତ ବଡ଼ିମୁଣ୍ଡା ଅଞ୍ଚଳରୁ ମୁଣ୍ଡ ବିହୀନ ଶବ ଉଦ୍ଧାର କରାଯାଇଛି। ମୃତକ ବଡ଼ିମୁଣ୍ଡା ବରସାହିର ପବିତ୍ର ପ୍ରଧାନ। ସୂଚନାଅନୁସାରେ ପବିତ୍ର ଛେଳି ଚରାଇବା ପାଇଁ ନିକଟସୁ ନଦୀକୂଳକୁ ଯାଇଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନ-ଫେରିବାରୁ ଘରଲୋକ ଖୋଜାଖୋଜି କରିଥିଲେ । ବହୁତ ଖୋଜା ଖୋଜି ପରେ ନ‌ଦୀ ପାଖ  ବିଲରୁ ପବିତ୍ରଙ୍କ ମୁଣ୍ଡ ବିହୀନ ଶବ ପଡ଼ିଥିବା ଦେଖୁବାକୁ ମିଳିଥିଲା। ଟିକାବାଲି ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗୁଣିଗାରେଡ଼ିକୁ ନେଇ ଏଭଳି ଘଟି ଥାଇପାରେ ବୋଲି  ତଦନ୍ତ ପରେ ଜଣାପଡିବ ଏସ୍‌ଆଇ ରବୀନ୍ଦ୍ର ହେମ୍ବ୍ରମ କହିଛନ୍ତି। ପବିତ୍ର ଜଣେ କୃଷକ। ପବିତ୍ରର କୌଣସି ବ୍ୟକ୍ତି ସହିତ  ଶତ୍ରୁତା ନ ଥିବା ପରିବାର ଲୋକ କରିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *