ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ ମହିଳା ଶ୍ରମିକ। ତେଲେଙ୍ଗାନାର ଏକ ଇଟାଭାଟିକୁ କାମ କରିବାକୁ ଯାଇଥିବା ଜଣେ ମହିଳା ଶ୍ରମିକର ମୃତ୍ୟୁ ହୋଇଛି । ମୃତ ମହିଳା ଶ୍ରମିକଙ୍କ ନାମ ହୀରା ମୁଣ୍ଡା-ବୟସ (୪୦) । ବରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ନାଗେନପାଲିର ଦୁର୍ଗା ମୁଣ୍ଡା ନିଜ ଛୁଆପିଲା ଧରି ଦାଦନ ଖଟିବାକୁ ତେଲେଙ୍ଗାନା କରିମନଗର ଅଞ୍ଚଳର କେବିସି ବ୍ରିକ୍ସକୁ କାମ କରିବାକୁ ଯାଇଥିଲେ। ସେଠାରେ ଏକ କ୍ରେନ୍ରେ କାମ କରୁଥିବା ସମୟରେ କ୍ରେନ୍ ଛିଣ୍ଡି ଯିବାରୁ ଖସିପଡିଥିଲେ ମହିଳା । ଘଟଣାସ୍ଥଳରେ ମହିଳା ଶ୍ରମିକ ହୀରାଙ୍କ ମୃତ୍ୟୁ ଘଟିଥିଲା । ଏନେଇ ତେଲେଙ୍ଗାନାର ରାଜ୍ୟର କୋଠପାଲି ଥାନାରେ କେସ୍ ନମ୍ବର ୧୨୩/୨୫ରେ ମାମଲା ରୁଜୁ ହୋଇଛି। ଠିକାଦାର ଜଣଙ୍କ ଆମ୍ବୁଲାନ୍ସ ଯୋଗେ ମହିଳାଙ୍କ ମୃତଦେହକୁ ଗାଁ ପଠାଇଛନ୍ତି । ମୃତଦେହ ଆସିବା ପରେ ଗାଁରେ ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ। ମୃତକଙ୍କ ପରିବାର ବର୍ଗ ଅତ୍ୟନ୍ତ ଗରିବ ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ପରିବାର ଲୋକେ ସରକାରଙ୍କ ଗୁହାରି କରିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now