ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତଙ୍କୁ ନିସ୍ତାର ନାହିଁ। ଅଭିଯୁକ୍ତଙ୍କ ବିରୁଦ୍ଧରେ ଚାଲିଥିବା ଟ୍ରାଏଲ ବନ୍ଦ ହେବନି ବୋଲି ସ୍ପଷ୍ଟ କରିଦେଇଛନ୍ତି କେରଳ ହାଇକୋର୍ଟ। ଟ୍ରାଏଲ ବନ୍ଦ ହେଲେ ଏହା ସମାଜକୁ ଭୁଲ୍ ବାର୍ତ୍ତା ଦେବ। ଅଭିଯୁକ୍ତ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ ହତ୍ୟା ଧମକ ଦେଇଥିଲା। ସିଏମଙ୍କ ପ୍ରାଇଭେଟ ସେକ୍ରେଟାରୀଙ୍କୁ ମେସେଜ ପଠାଇ ଧମକ ଦେଇଥିଲା ଅଭିଯୁକ୍ତ। ନିର୍ବାଚନ ଫଳାଫଳ ଦିନ ସେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବେ ବୋଲି କହିଥିଲେ। ଜଷ୍ଟିସ ପି.ଭି. କୁହ୍ନିକ୍ରିଷ୍ଣନ କହିଛନ୍ତି, ଅଭିଯୁକ୍ତ ଜଣେ ବ୍ୟାଙ୍କ କର୍ମଚାରୀ। ଅଶିକ୍ଷିତ ନୁହଁନ୍ତି। ଏଭଳି ମେସେଜର ପରିଣତି କଅଣ ସେ ଭଲଭାବେ ଜାଣନ୍ତି। ଏଭଳି କାରନାମାର ତଦନ୍ତ ଲାଗି ପୁଲିସକୁ ବି ନିଜର ବହୁମୂଲ୍ୟ ସମୟ ନଷ୍ଚ କରିବାକୁ ପଡ଼ିଲା। ସୋସିଆଲ ମିଡିଆ କମେଣ୍ଟସ ଏବେ ସୋସାଇଟି ଲାଗି ଅସୁବିଧାର କାରଣ ସାଜିଲାଣି। କେବଳ ସାଧାରଣ ନାଗରିକ ନୁହଁନ୍ତି। ସାମ୍ୱିଧାନିକ ପଦାଧିକାରୀ ବି ଅପମାନଜନକ ଓ ଆପତ୍ତିଜନକ ଓ ମାନହାନି ହେଲା ଭଳି ମନ୍ତବ୍ୟର ଶୀକାର ହେଉଛନ୍ତି। ଆଉ ଅନାବଶକୀୟ ମେସେଜ ପଠାଇ ପୁଲିସ ଭିତରେ ଭୟସଞ୍ଚାର ଲାଗି ଚେଷ୍ଟା ହେଉଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now