ରାଜଧାନୀ ଦିଲ୍ଲୀର ଏକାଧିକ ସ୍କୁଲକୁ ଲଗାତାର ବୋମା ଧମକ ମିଳୁଥିବା ଘଟଣା। ଯାହାର ଛାନଭିନ କରାଯାଉଥିଲା । ଧମକ ଆସିଥିବା ଇମେଲ ଫୋନ ନମ୍ବରକୁ ତନ ତନ କରି ଯାଞ୍ଚ କରାଯାଉଥିଲା । ଏହାରି ଭିତରେ ଏକ ଚାଞ୍ଚଲ୍ୟକର ଘଟଣା ଜଣାପଡିଛି । ଦିଲ୍ଲୀର ଏକ ସ୍କୁଲକୁ ମିଳିଥିବା ବୋମା ଧମକ ପଛରେ ଛାତ୍ର ଥିବା ଜଣାପଡିଛି । ପରୀକ୍ଷା ଘୁଞ୍ଚାଇବାକୁ ଛାତ୍ରମାନେ ଏପରି କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଦିଲ୍ଲୀର ରୋହିଣୀ ପ୍ରାଶାନ୍ତ ବିହାର ଗ୍ଲୋବାଲ ସ୍କୁଲକୁ ବୋମା ଧମକ ମିଳିଥିଲା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ଏହା ଜଣାପଡିଛି କି ୩ଜଣ ଛାତ୍ର ମିଶି ସ୍କୁଲକୁ ବୋମା ଧମକ ଦେଇଥିଲେ । ପରୀକ୍ଷା ଘୁଞ୍ଚାଇବାକୁ ଛାତ୍ରମାନେ ଏପରି ଯୋଜନା କରିଥିଲେ । ୩ଜଣ ଛାତ୍ରଙ୍କ ମଧ୍ୟରେ ୨ ଜଣ ଭାଇ ଥିବା ଜଣାପଡିଛି । ପରୀକ୍ଷା ଘୁଞ୍ଚାଇବାକୁ ଚାହୁଁଥିଲେ ଛାତ୍ର ତେଣୁ ଏହି ଯୋଜନା କରିଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now