କୋରିଅର ଆଣି ଘରେ ପଶି ଦୁଷ୍କର୍ମ କଲା। ଆଉ ସେଲଫି ନେଇ ଲେଖିଥିଲା ସେ ପୁଣି ଆସିବ। ପୁଣେରେ ଏଭଳି ଘଟଣାକୁ ନେଇ ହଇଚଇ ଖେଳିଯାଇଛି। ପୁଣେର ପୋସ୍ ସୋସାଇଟିରେ ୨୨ ବର୍ଷୀୟା ଯୁବତୀଙ୍କ ଘରେ ପଶି ଏଭଳି କୁକର୍ମ କରି ଫେରାର୍ ହୋଇଯାଇଛି ଦୁର୍ବୃତ୍ତ। କୋରିଅର ଡେଲିଭରି ବଏ ଭାବେ ଅଭିଯୁକ୍ତ ଯୁବତୀଙ୍କଠୁ ପିନ୍ ବା ଓଟିପି ନେବା ଆଳରେ କଲିଂ ବେଲ୍ ବଜାଇଥିଲା। ଯୁବତୀ ଜଣକ ଘର ଭିତରକୁ ଆସି ମୋବାଇଲରେ ଓଟିପି ଦେଖିବା ବେଳେ ଅଭିଯୁକ୍ତ ଘରେ ପଶିଯାଇଥିଲା। ଆଉ ଦୁଷ୍କର୍ମ କରିବା ପରେ ଫେରାର୍ ହୋଇଗଲା। ଅଭିଯୁକ୍ତ ପେପର ସ୍ପ୍ରେ ବି ବ୍ଯବହାର କରିଥିଲା। ଏଥିଲାଗି ଯୁବତୀ ଅଚେତ ହୋଇପଡ଼ିିଥିଲେ। ଏହାର ଫାଏଦା ମାରିଥିଲା ଅଭିଯୁକ୍ତ। ଡିସିପି ରାଜକୁମାର ସିନ୍ଦେଙ୍କ କହିବା କଥା, କୋନ୍ଧଓ୍ୱା ଥାନା ଅନ୍ତର୍ଗତ ବୁଧବାର ପ୍ରାୟ ସଂଧ୍ୟା ସାଢ଼େ ୭ଟା ବେଳର ଘଟଣା। ଏକ ବ୍ୟାଙ୍କ ଏନଭେଲପ ଦେବାକୁ ଯାଇ ଓଟିପି ମାଗିବା ଆଳରେ ଘରେ ପଶିଥିଲା ଅଭିଯୁକ୍ତ। ଆଉ ଘର ଭିତର ପଟୁ ବନ୍ଦ କରି ଦୁଷ୍କର୍ମ କରିଥିଲା। ଯୁବତୀଙ୍କୁ ଅଚେତ କରିବାକୁ ପେପର ସ୍ପ୍ରେ ବ୍ୟବହାର କରିଥିଲା କି ନାହିଁ, ଫରେନସିକ୍ ଟିମ୍ ଯାଞ୍ଚ କରୁଛି। ଯୁବତୀଙ୍କ ଫୋନରୁ ମିଳିଥିବା ସେଲଫିରୁ ଯାଞ୍ଚ ଆରମ୍ଭ ହୋଇଛି। ଅଭିଯୁକ୍ତକୁ ଧରିବାକୁ ୧୦ଟି ଟିମ୍ ଗଠନ ହୋଇଛି। କ୍ରାଇମବ୍ରାଞ୍ଚର ୫ଟି ଟିମ୍ ଏଥିରେ ସାମିଲ କରାଯାଇଛି। ପୁଲିସ ସିସିଟିଭି ଫୁଟେଜକ ଅନୁଧ୍ୟାନ କରିଛି। ଆଉ ଅଭିଯୁକ୍ତର ଡିଜିଟାଲ ଫୁଟପ୍ରିଣ୍ଟ ଓ ସ୍କେଚ କରିବାକୁ ଯାଉଛି।


Naxatra News is now on Whatsapp
Join and get latest news update delivered to you via whatsapp
Join Now