ପାଇଖାନା ତିଆରିକୁ ନେଇ ଉଗ୍ର ହେଲା ବିବାଦ, ଭାଇକୁ ଲୁହା ରଡ୍‌ରେ ଆକ୍ରମଣ କଲା ଭାଇ

Spread the love

ଭଦ୍ରକ : ଜମି ଭାଗ ନକରି ପାଇଖାନା ତିଆରିକୁ ନେଇ ଭାଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ । ଦୁଇ ଜଣ ମେଡିକାଲରେ ଭର୍ତ୍ତି । ଲୁହା ରଡରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଭଦ୍ରକ ଜିଲା ଭଦ୍ରକ ଗ୍ରାମା ଳ ଥାନା ଅଧୀନ ବେଲମଳା ଗାଁରେ ଏମିତି ଘଟଣା ଘଟିଛି । ଥାନାରେ ଲିଖିତ ଅଭିଯୋଗ ଅନୁଯାୟୀ କାଶୀନାଥ ଓ ତାଙ୍କ ଭାଇଙ୍କ ମଧ୍ୟରେ ଜମିବାଡି ବିବାଦ ଲାଗି ରହିଥିଲା । ଜମିବାଡି ଭାଗବ ।କୁ ନେଇ ଲାଗିଥିବା ବିବାଦ ଲାଗି ରହିଥିଲା । ଜମିବାଡି ଭାଗବ ।କୁ ନେଇ ଲାଗିଥିବା ବିବାଦ ଉଗ୍ର ରୂପ ନେଇଛି । ଅପରପକ୍ଷ ପାଇଖାନା ତିଆରି କରୁଥିବା ବେଳେ କାଶୀନାଥଙ୍କ ପରିବାର ବିରୋଧ କରିଥିଲେ । ଫଳରେ ଭାଇଙ୍କ ପରିବାର ଲୋକେ କାଶୀନାଥଙ୍କ ସ୍ତ୍ରୀଙ୍କୁ ରଡରେ ଆକ୍ରମଣ କରିଥିଲେ । କାଶୀନାଥ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଉଭୟ ଏବେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାବେଳେ ଭଦ୍ରକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *