ସ୍ୱାମୀକୁ ମର୍ଡର- ଟାଇଲ୍ସ ତଳେ ପୋତିଦେଲା ଶବ

ସ୍ୱାମୀକୁ ମର୍ଡର କଲେ। ମର୍ଡରରେ ପ୍ରେମିକ ସହଯୋଗ କଲା। ଆଉ ଘର ଚଟାଣ ଖୋଳି ଶବକୁ ପୋତିଦେଲେ ଉଭୟ। ଆଉ ତା ଉପରେ ଟାଇଲ୍ ବିଛାଇଦେଇଥିଲେ। କୌଣସି ସନ୍ଦେହକୁ ଏଡ଼ାଇବାକୁ ଏଭଳି ଫନ୍ଦି କରି କିନ୍ତୁ ଶେଷରେ ଧରାପଡ଼ିଗଲେ ପତ୍ନୀ ଓ ପ୍ରେମିକ। କିନ୍ତୁ ଏଯାଏ ପୁଲିସ ହାତରେ ପଡ଼ିନାହାନ୍ତି। ମହାରାଷ୍ଟ୍ରର ନାଲାସୋପାରାରୁ ଆସିଛି ଏଭଳି ଅଭାବନୀୟ ଘଟଣା। ମହିଳାର ପ୍ରେମିକ ଥିଲେ ପଡ଼ୋଶୀ ମୋନୁ। ଆଉ ମୋନୁ ସହ ମିଶି ସ୍ୱାମୀକୁ ମର୍ଡର କରି ତା ଉପରେ ଟାଇଲ୍ ବିଛାଇ ପ୍ଲାଷ୍ଟର କରିଦେଇଥିଲେ। ୩୫ ବର୍ଷୀୟ ବିଜୟ ଚୌହ୍ୱାନ ଗଲା ୧୫ ଦିନ ପୂର୍ବରୁ ନିଖୋଜ ଥିଲେ। ବିଜୟ ନିଜ ୨୮ ବର୍ଷୀୟ ପତ୍ନୀ ଚମନ ଚୌହ୍ୱାନଙ୍କ ସହ ମୁମ୍ୱାଇରୁ ୭୦ କିଲୋମିଟର ଦୂର ନାଲସୋପାରାରେ ରହୁଥିଲେ। ଭାଇର ପତ୍ତା ମିଳୁନଥିବାରୁ ସୋମବାର ବିଜୟର ଭାଇ ତାକୁ ଖୋଜି ଘରେ ପହଞ୍ଚିଥିଲେ।  ପୁଅ ସହ ଚମନ ଘରେ ନଥିଲେ। ଘରେ ତାଲା ପଡ଼ିଥିଲା। ସନ୍ଦେହ ହେବାରୁ ଘର କବାଟ ଭାଙ୍ଗି ସେ ଦେଖିଲେ ଯେ, ଫ୍ଲୋରରେ ପଡ଼ିଥିବା କିଛି ଟାଇଲ୍ସର ରଙ୍ଗ ବାକି ଟାଇଲ୍ସର ରଙ୍ଗ ସହ ମେଳ ଖାଉନଥିଲା। ଏଥିରେ ବିଜୟଙ୍କ ଭାଇଙ୍କ ସନ୍ଦେହ ହୋଇଥିଲା। ଅଲଗା ଅଲଗା ରଙ୍ଗର ଟାଇଲ୍ସ ଦେଖି ସନ୍ଦେହ ହେବାରୁ ସେ ହଟାଇଥିଲେ। ଟାଇଲ୍ସ ହଟାଇ ତଳେ ଦେଖିଲେ ଯେ, ଗୋଟିଏ ଗଞ୍ଜି ଚାପି ହୋଇଥିଲା। ଆଉ ଦୁର୍ଗନ୍ଧ ବାରି ହେଉଥିଲା। ସେ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ। ଆଉ ତାଙ୍କ ମନରେ ଥିବା ଡର ଶେଷରେ ସତ ପ୍ରମାଣିତ ହେଲା। ପୁଲିସ ଶେଷରେ ଶବକୁ ଟାଇଲ୍ସ ଭିତରୁ ଉଦ୍ଧାର କରିଥିଲା। ବିଜୟର ପତ୍ନୀ ଚମନ ବି ଦୁଇ ଦିନ ହେଲା ନିଖୋଜ ଥିଲା। ପ୍ରେମିକ ଓ ପତ୍ନୀଙ୍କୁ ଖୋଜୁଛି ପୁଲିସ। ବିଜୟ ଜଣେ ଶ୍ରମିକ ଥିଲେ। ନିଜ ପତ୍ନୀ ଓ ୭ ବର୍ଷର ପୁଅ ସହ ରହୁଥିଲେ। ନିକଟରେ ସେ ୬ଲକ୍ଷ ଟଙ୍କାର ବୀମା କରିଥିଲେ। ବ୍ୟାଙ୍କ ଖାତାରେ ତାଙ୍କର ପ୍ରାୟ ୩ଲକ୍ଷ ଟଙ୍କା ଜମା ଥିଲା। ଏହି ଟଙ୍କାରେ ନୂଆ ଘର କିଣିବାକୁ ଯୋଜନା କରିଥିଲେ। ଏହାରି ଭିତରେ ଅଚାନକ ଗାଏବ ହୋଇଯାଇଥିଲେ। ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ, ଚମନ ବିଜୟଙ୍କ ମୋବାଇଲରୁ ଓଟିପି ଜେନେରେଟ କରି ବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଇଥିଲେ। ହତ୍ୟା ପଛରେ ଟଙ୍କା ଓ ପ୍ରେମିକ ସହ ଜୀବନ ବିତାଇବା ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଧରିଛି। ବିଜୟଙ୍କ ଦାଦା ଓ ସମ୍ପର୍କୀୟ ତାଙ୍କ ଘରକୁ ଯାଇଥିଲେ ସୁଦ୍ଧା ସବୁଥର ବିଜୟଙ୍କ ଫୋନ୍ ତାଙ୍କ ପତ୍ନୀଙ୍କ ପାଖରେ ଥିଲା। ଚମନ କହୁଥିଲେ, ବିଜୟ କାମରେ ବାହାରକୁ ଯାଇଛନ୍ତି। ଦୃଶ୍ୟମ୍ ଫିଲ୍ମରେ ଯେଭଳି ହତ୍ୟାକାଣ୍ଡ ଘଟିଥିଲା। ଠିକ ସେଭଳି ଢଙ୍ଗରେ ସ୍ୱାମୀର ଶବକୁ ପୋତି ତା ଉପରେ ଟାଇଲ୍ସ ବିଛାଇଦେଲେ ହତ୍ୟାକାରୀ ପତ୍ନୀ। ମୋନୁ ସହ ପରକୀୟାପ୍ରୀତିକୁ ନେଇ ବିଜୟ ଓ ଚମନଙ୍କ ଭିତରେ ଅନେକ ସମୟରେ ପାଟିତୁଣ୍ଡ ହେଉଥିଲା। ପୁଲିସ ଅଭିଯୁକ୍ତ ଚମନ ଓ ମୋନୁକୁ ଗିରଫ କରିବାକୁ ସ୍ୱତନ୍ତ୍ର ଟିମ୍ ଗଠନ କରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *