ଇନଷ୍ଟା କୁଇନ୍ ଭାବେ ପରିଚିତ ମହିଳା କନଷ୍ଟେବଳ ଏବେ ଜେଲରେ। ଚାକିରୀ ବି ଗଲା। ପଞ୍ଜାବ ପୁଲିସରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିଲେ ଅମନଦୀପ କୌର। ସୋସିଆଲ ମିଡ଼ିଆରେ ଇନଷ୍ଟାଗ୍ରାମ କୁଇନ୍ ଭାବେ ବେଶ୍ ଲୋକପ୍ରିୟ ବି ଥିଲେ। କିନ୍ତୁ ୨ ଦିନ ପୂର୍ବେ ନିଶା ସାମଗ୍ରୀ ସହ ଧରାପଡ଼ିଥିଲେ। ଏକ ଥର୍ ଗାଡ଼ିରେ ୧୭.୭୧ ଗ୍ରାମର ହେରୋଇନ୍ ପ୍ୟାକେଟ୍ ହରିଆଣାକୁ ସପ୍ଲାଏ କରିବାକୁ ବାହାରିଥିଲେ କୌର। ଅଭିଯୁକ୍ତ କୌରକୁ ବାଠିଣ୍ଡା ପୁଲିସ ଗିରଫ କରିଛି। ଆଣ୍ଟି ନାର୍କୋଟିକ୍ସ ଟାସ୍କଫୋର୍ସ ଓ ବାଠିଣ୍ଡା ପୁଲିସ ମିଳିତ ଚଢ଼ାଉ କରି ଗାଡ଼ି ସହ ନିଶାସାମଗ୍ରୀକୁ ଧରିଛି। ୨୦ ଦିନ ପୂର୍ବରୁ ହେରୋଇନ କିଣିଥିଲେ କୌର। ସେପଟେ ପୁଲିସରେ ରହି ଏଭଳି କାରନାମା ଲାଗି ଚାକିରୀରୁ ବି ତାଙ୍କୁ ବିଦା କରିଦିଆଯାଇଛି। ମେରି ଜାନ୍ ନାଁରେ ଫେମସ୍ ଥିଲେ ଏହି ଲେଡି କନଷ୍ଟେବଳ। ଯେହେତୁ କୌର ନିଜେ ବି ନିଶାସେବନ କରନ୍ତି। ସେଥିଲାଗି ତାଙ୍କର ଡୋପ୍ ଟେଷ୍ଟ ବି ହେବ। ତାଙ୍କର ସମସ୍ତ ସମ୍ପତ୍ତିର ବି ଯାଞ୍ଚ ହେବ। ବର୍ଦି ଆଳରେ ସବୁବେଳେ ବର୍ତ୍ତି ଯାଉଥିଲେ କୌର।

Naxatra News is now on Whatsapp
Join and get latest news update delivered to you via whatsapp
Join Now