ଇଡି ସବୁ ସୀମା ପାର୍ କରୁଛି। ସଂଘୀୟ ବ୍ୟବସ୍ଥାକୁ ଉଲ୍ଲଂଘନ କରୁଛି। ତାମିଲନାଡୁର ଟାସମାକ୍ ବିରୁଦ୍ଧରେ ଇଡି ତଦନ୍ତ ଉପରେ ରହିତାଦେଶ ଲଗାଇ ଏଭଳି ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ। ତାମିଲନାଡ଼ୁ ଷ୍ଟେଟ୍ ମାର୍କେଟିଂ କର୍ପୋରେସନରେ ରେଡ୍ ଓ ତଦନ୍ତ କରିପାରିବନି ଇଡି। ନିଗମ ବିରୁଦ୍ଧରେ ଅପରାଧ କଅଣ ବୋଲି ଅତିରିକ୍ତ ସଲିସିଟର ଜେନେରାଲ ଏସଭି ରାଜୁଙ୍କୁ ପଚାରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ବିଆର ଗଭାଇ। ନିଗମ ହେଡକ୍ୱାର୍ଟରରେ ଇଡିର ଚଢ଼ାଉ ଓ ତଦନ୍ତ ବିରୁଦ୍ଧରେ ଟାସମାକ୍ ବା ତାମିଲନାଡ଼ୁ ଷ୍ଟେଟ୍ ମାର୍କେଟିଂ କର୍ପୋରେସନ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲା। ଇଡି ରେଡ୍ ନେଇ ନିଗମର ଆବେଦନକୁ ମାଡ୍ରାସ ହାଇକୋର୍ଟ ଖାରଜ ପରେ ସୁପ୍ରିମକୋର୍ଟ ଯାଇଥିଲା ନିଗମ। ତାମିଲନାଡ଼ୁ ରାଜ୍ୟ ପାଇଁ ଲଢ଼ୁଥିବା ବରିଷ୍ଠ ଓକିଲ କପିଲ ଶିବଲ୍ କହିଥିଲେ ଯେ, ୨୦୧୪ରୁ ୨୦୨୧ ଭିତରେ ମଦ ଆଉଟଲେଟ୍ ଅପେରଟର ଦୁର୍ନୀତି ବିରୁଦ୍ଧରେ ରାଜ୍ୟ ସରକାର ନିଜ ଆଡ଼ୁ ୪୧ଟି ଏତଲା କରିଥିଲେ। କିନ୍ତୁ ଏହି ମାମଲାରେ ଅଚାନକ ଇଡି ୨୦୨୫ରେ ଏଣ୍ଟ୍ରି ମାରିଥିଲା ଆଉ ହେଡକ୍ୱାର୍ଟର ଯାଇ ରେଡ୍ କରିବା ସହ ଅଫିସରଙ୍କ ଫୋନ୍ ଓ ଡିଭାଇସ୍ ଜବତ କରିଥିଲା। ନିଗମ ଯେହେତୁ ମଦ ଆଉଟଲେଟ୍ ଦିଏ। ଆଉ ଯେଉଁମାନେ ଟଙ୍କା ନେଇ ଏଭଳି କରିଥିଲେ, ସଂପୃକ୍ତ ଅଫିସରଙ୍କ ବିରୁଦ୍ଧରେ ୪୧ଟି ଏତଲା ହୋଇଥିଲା। ନିଗମ ବିରୁଦ୍ଧରେ ନୁହେଁ। ସେଥିଲାଗି ସିଜେଆଇ ଅତିରିକ୍ତ ସଲିସିଟର ଜେନେରାଲଙ୍କୁ ପଚାରିଥିଲେ ତା ହେଲେ ନିଗମ କେମିତି ଏଥିରେ ଅପରାଧୀ ହେଲା। ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଏତଲା କରିପାର। କିନ୍ତୁ ନିଗମ ବିରୁଦ୍ଧରେ କେମିତି କରାଗଲା। ଏମିତିରେ ଇଡି ନୀଜର ସୀମା ଲଙ୍ଘୁଛି ବୋଲି କ୍ଷୋଭ ଝାଡ଼ିଛନ୍ତି ସିଜେଆଇ। ଏଏସଜି ରାଜୁ କହିଥିଲେ, ଯେହେତୁ ହଜାର କୋଟି ଟଙ୍କାର ଦୁର୍ନୀତି। ସେଥିଲାଗି ଇଡି ହସ୍ତକ୍ଷେପ କରିଥିଲା। ଆଉ ସିଜେଆଇ କହିଥିଲେ, ଯେହେତୁ ରାଜ୍ୟ ସରକାର ଏତଲା କରି ଆକ୍ସନ ନେଉଥିଲେ। ଇଡି କାହିଁକି ଅନାବଶକୀୟ ପଶିଲା। ତାମିଲନାଡ଼ୁରେ ହଜାରେ କୋଟି ଟଙ୍କାର ମଦ ଦୁର୍ନୀତି ମାମଲାରେ ଇଡିର ଏଣ୍ଟ୍ରି ନେଇ ଏ ମାମଲା ଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now