ଦୁର୍ବୃତ୍ତ ମୁଣ୍ଡରେ ଥିଲା ୫୦ହଜାର ଟଙ୍କାର ପୁରଷ୍କାର। ଆଉ ସେହି କୁଖ୍ୟାତ ଅପରାଧିକୁ ଏନକାଉଣ୍ଟର କରି ମାରିଲା ପୁଲିସ। ୟୁପିର ଫିରୋଜାବାଦରେ ଏନକାଉଣ୍ଟରରେ ଅପରାଧୀ ରାଜୁ ଖାନର ମୃତ୍ୟୁ ହୋଇଛି। ଲୁଟପାଟ୍ ଉଦେଶ୍ୟରେ ରାଜୁ ଖାନ ଏକ ବୃଦ୍ଧ ଦମ୍ପତ୍ତିକୁ ହତ୍ୟା ମାମଲାରେ ଓ୍ୱାଣ୍ଟେଡ୍ ଥିଲା। ଜୁନ୍ ୧୫ରେ ମଲଖାନପୁରର ବୃଦ୍ଧା ସୁରଜମୁଖୀ ଘର ବାହାରେ ଶୋଇଥିଲା ବେଳେ ଲୁଟପାଟ କରି ହତ୍ୟା କରିବାକୁ ଉଦ୍ୟମ କରିଥିଲା। ରାଜୁ ବିଶେଷ କରି ବୃଦ୍ଧ ଲୋକଙ୍କୁ ନିଜର ଶୀକାର କରୁଥିଲା। ଆଗ୍ରାରୁ ଆସି ହତ୍ୟା କରି ଲୁଟପାଟ୍ କରୁଥିଲା। ପ୍ରାୟ ୨ଶହ ସିସିଟିଭି ଫୁଟେଜ ନୀରିକ୍ଷଣ କରି ପୁଲିସ ତାକୁ ଚିହ୍ନଟ କରିଥିଲା। ଅପରାଧୀ ରାଜୁ ଖାନ ନାଁରେ ଅନେକ ଅପରାଧିକ ମାମଲା ରୁଜୁ ହୋଇଥିଲା। ତା ପାଖରୁ ଅବୈଧ ଭାବେ ପିସ୍ତଲ, ଜୀବନ୍ତ ଗୁଳି ଓ ଖାଲି ଖୋକା ଜବତ କରିଛି ପୁଲିସ।

Naxatra News is now on Whatsapp
Join and get latest news update delivered to you via whatsapp
Join Now