ଅବକାରୀ ଚଢ଼ଉ : ୨ ଗିରଫ : ୧୭୬ ଲିଟର ଦେଶି ମଦ ଜବତ : ୩୯୫୦ ଲିଟର ପୋଚ ନଷ୍ଟ

Spread the love

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ଆଜି ପୋଲିସ, ତହସିଲ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଧରପଗଡ଼ ହୋଇଛି । ୩୯୫୦ ଲିଟର ପୋଚ ନଷ୍ଟ କରାଯିବା ସହ ୧୭୬ ଲିଟର ରନ୍ଧାଦେଶି ମଦ ଜବତ ହୋଇଛି । ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଏ ସଂକ୍ରାନ୍ତରେ ଅବକାରୀ ଥାନାରେ ପୃଥକ୍ ପୃଥକ୍ ଦୁଇଟି ମାମଲା ରୁଜ୍ଜୁ ହୋଇଛି ।

ତହସିଲଦାର ତାପସ ରାଉତଙ୍କ ନେତୃତ୍ଵରେ ବୁଗୁଡ଼ା ଓ ଭଞ୍ଜନଗର ଅବକାରୀ ଷ୍ଟାଫ୍, ବେଲଗୁଣ୍ଠା ଏବଂ ବୁଗୁଡ଼ା ପୋଲିସ ମିଳିତ ଭାବେ ଗୋଲିଆ, ବାଲିପିଣ୍ଡି, ହରିଜନ ସାହି ଓ ମାଣିତରା ପଂଚାୟତର ଦିଗି ଗ୍ରାମରେ ଚଢ଼ଉ କରିଥିଲେ।

Leave a Reply

Your email address will not be published. Required fields are marked *