ଘାଶିଗୁଡାରେ ଅବକାରି ଚଢାଉ

Spread the love

ଜୟପୁର : ଜୟପୁର ସଦର ଥାନା ଅନ୍ତର୍ଗତ ଘାଶିଗୁଡା ରେ ଅବକାରି ଚଢାଉ ହୋଇଛି । ମଦ ମାଫିଆ ମାନେ ମଦ ଓ ପୋଚ ଲୁଚାଇ ରଖିବା ସହ ପ୍ରସ୍ତୁତ କରିବା ସୂଚନା ପାଇ ଜୟପୁର ଅବକାରି ବିଭାଗ ଚଢାଉ କରିଛି । ଚଢାଉ ସୁଚନା ପାଇ ମଦ ମାଫିଆ ମାନେ ଚମ୍ପଟ ମାରିଥିବା ବେଳେ ଅବକାରି ବିଭାଗ ବହୁ ମଦ ଭାଟି ଭାଙ୍ଗିଛି । ୧୨ ଶହ ଲିଟର ପୋଚ ଓ ୭୦ ଲିଟର ଦେଶି ମଦକୁ ଜବତ କରିଛି । ଜବତ ମଦ ଓ ପୋଚ କୁ ନଷ୍ଟ କରାଯାଇଥିବା ଜୟପୁର ଅବକାରି ଓଆଇସି ସଞ୍ଜୟ କୁମାର କାଣ୍ଡି ସୂଚନା ଦେଇଛନ୍ତି । ମଦ ରନ୍ଧା ସରଞ୍ଜାମ ଡ୍ରମ ଆଦିକୁ ଜବତ କରାଯାଇଛି ।

Leave a Reply

Your email address will not be published. Required fields are marked *