ପ୍ରେମିକାକୁ ବିବାହ ଲାଗି ଫେକ୍ ସରକାରୀ ଚାକିରୀ- ବର୍ଷେ ପରେ ଖୋଲିଲା ପୋଲ୍

ପ୍ରେମିକାକୁ ବିବାହ କରିବାକୁ ହେଲେ ଆଗ ସରକାରୀ ଚାକିରୀ କର। ଏଭଳି ସର୍ତ୍ତ ରଖିଥିଲେ ପ୍ରେମିକା ପରିବାର। ଆଉ ଯୁବକ ଯେଉଁ କାରନାମା କଲେ ଯିଏ ଶୁଣୁଛି ମୁଣ୍ଡରେ ହାତ ଦେଉଛି। ଯୁବକର ନାଁ ଶେହଜାଦ। ବିକମ୍ ପାସ୍ କରିଛି। ଗଳିରେ ରହୁଥିବା ଇକରା ନାମକ ଯୁବତୀକୁ ଭଲ ପାଉଛି। ଇକରାଙ୍କ ପରିବାରର କିନ୍ତୁ ସର୍ତ୍ତ ଥିଲା। ସରକାରୀ ଚାକିରୀ କଲେ ଯାଇ ତାଙ୍କର ଜ୍ୱାଇଁ ହେବ। ନଚେତ୍ ନାହିଁ। ଏ କଥା ଶୁଣି ସରକାରୀ ଚାକିରୀ କରିବାକୁ ପ୍ରସ୍ତୁତିରେ ଲାଗିପଡ଼ିଥିଲା ଶେହଜାଦ୍। ସିଜିଏଲ ଓ ୟୁପି ପୁଲିସରେ କନଷ୍ଟେବଳ ଚାକିରୀ ପାଇଁ ପ୍ରସ୍ତୁତି କରିଦେଇଥିଲା। ପେପର ଦେଲା ସତ। କିନ୍ତୁ ସଫଳତା ପାଇଲାନି। ସିିଜିଏଲ ଲିଷ୍ଟରେ ୨୬୪୩ ନମ୍ୱରରେ ଶେହଜାଦ ଅନସାରୀ ନାଁରେ ଆଉ ଜଣେ ଚୟନ ହୋଇଥିଲେ। ଆଉ ନାଁ ମ୍ୟାଚ୍ ହେଉଥିବା ଦେଖି ଶେହଜାଦ ଜିଏସଟି ଇନ୍ସପେକ୍ଟର ଭାବେ ଚୟନ ଖୁସିରେ ମିଠା ବାଣ୍ଟିଥିଲା। ମିଡିଆରେ ବି ଇଣ୍ଟରଭ୍ୟୁ ଦେଲା। ଏହା ପରେ ଶେହଜାଦ ପୁଲିସ ବର୍ଦ୍ଦି କିଣିଲା। ଆଇ ଇନ୍ସପେକ୍ଟରର ଫେକ୍ ଆଇକାର୍ଡ ବି କରିଥିଲା। ଆଉ ସରକାରୀ ଚାକିରୀ ପାଇବା ପରେ ଶେହଜାଦକୁ ଇକରା ସହ ପରିବାର ଖୁସିରେ ବିବାହ କରାଇଦେଇଥିଲେ। ଗଲା ବର୍ଷ ବିବାହ ହୋଇଥିଲା। କିନ୍ତୁ ଅସଲରେ ଚାକିରୀ ପାଇଥିଲେ ସିନା ଅଫିସକୁ ଯାଇଥାଆନ୍ତା। ସେ ଅଫିସକୁ ନଯିବାରୁ ଓ ଘରେ ବାରମ୍ୱାର ଟଙ୍କା ମାଗି ହଇରାଣ କରିବାରୁ ତାହାର ପୋଲ୍ ଖୋଲିଯାଇଥିଲା। ଆଉ ଶେଷରେ ଶେହଜାଦକୁ ପୁଲିସ ଗିରଫ କରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *