ମିଛ ଗଣଦୁଷ୍କର୍ମ ମାମଲା- ମହିଳାଙ୍କୁ ସାଢ଼େ ୭ବର୍ଷ ଜେଲ୍

ମହଙ୍ଗା ପଡ଼ିଲା ମିଛ ଗଣଦୁଷ୍କର୍ମ ମାମଲା। ଜଣେ ମହିଳାଙ୍କୁ ସାଢ଼େ ୭ ବର୍ଷ ଜେଲ ଦଣ୍ଡ ଦେଲେ ୟୁପି କୋର୍ଟ। ଏହା ସହ ୨.୧ ଲକ୍ଷ ଟଙ୍କା ଜରିମାନା ଦଣ୍ଡ ବି ଦେଇଛନ୍ତି। ଅଭିଯୁକ୍ତ ବେଶ୍ ଭାଗ୍ୟବାନ୍ ଓ ବର୍ତ୍ତିଗଲେ ବୋଲି କହିଛନ୍ତି ଅଦାଲତ। ମହିଳା ଜଣକ ଅଭିଯୋଗ ଆଧାରରେ ଦୁଇ ଜଣଙ୍କ ନାଁରେ ଗଣଦୁଷ୍କର୍ମ ସହ ଏସସିଏସଟି ଆକ୍ଟରେ ମାମଲା ରୁଜୁ ହୋଇଥିଲା। ୨୪ ବର୍ଷୀୟା ରେଖା ଦେବୀଙ୍କୁ ଏଭଳି ଦଣ୍ତିତ କରିଛନ୍ତି ୟୁପିର ଲକ୍ଷ୍ନୌ କୋର୍ଟ। ରାଜେଶ ଓ ଭୁପେନ୍ଦ୍ରଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ କରିଥିଲେ ରେଖା। ରାଜେଶ ସହ ତାଙ୍କର ଅବୈଧ ସମ୍ପର୍କ ଥିଲା। ରାଜେଶ ଓ ଭୁପେନ୍ଦ୍ରଙ୍କଠୁ ପ୍ରତିଶୋଧ ନେବା ଓ ରାଜେଶଙ୍କ ପତ୍ନୀଙ୍କୁ ହତାଶ କରିବାକୁ ଏଭଳି ମିଛ ଏତଲା କରିଥିଲେ ରେଖା। ସ୍ପେଶିଆଲ ଜଜ୍ ଏସସିଏସଟି ଆକ୍ଟ, ଲକ୍ଷ୍ମୌର ଜଷ୍ଟିସ ବିବେକାନନ୍ଦ ଶରଣ ତ୍ରିପାଠୀ କହିଥିଲେ, ଏକ ମିଛ ମାମଲାରେ ୩ ମାସ ହେଲା ଜେଲରେ ରହିଲେ ଅଭିଯୁକ୍ତ। ଏହା ସହ ଅଭିଯୁକ୍ତଙ୍କୁ ଲକି ସରଭାଇଭର ବୋଲି କହିଥିଲେ କୋର୍ଟ। ଏହା ସହ ତଦନ୍ତକାରୀ ଅଧିକାରୀଙ୍କୁ ତୀବ୍ର ଭର୍ତ୍ସନା କରିଥିଲେ କୋର୍ଟ। ଉଚ୍ଚସ୍ତରୀୟ ଓ ଗୁଣାତ୍ମକ ତଦନ୍ତ କର ଯେମିତି ଏଭଳି ମିଛ ମାମଲାରେ ନିରୀହ ଫସିବେନି। ୪୨ ପୃଷ୍ଠାର ରାୟରେ ବିଚାରପତି କହିଛନ୍ତି, ଏଭଳି ମିଛ ଦୁଷ୍କର୍ମ ମାମଲାରେ ଫସାଯାଉଥିବା ଲୋକଙ୍କ ବ୍ୟକ୍ତିତ୍ୱ, ମାନସିକ ଅବସ୍ଥା ସହ ପୁରା ଜୀବନକୁ ବିଗାଡିଦେଉଛି। ସମାଜରେ ପୁଣି ଆତ୍ମସମ୍ମାନର ସହ ବଞ୍ଚିବାକୁ ରାସ୍ତା ବନ୍ଦ ହୋଇଯାଉଛି। ଶ୍ରୀ ରାମଚରିତମାନସର ଲଙ୍କା କାଣ୍ଡର ନଜିର ଦେଇଥିଲେ କୋର୍ଟ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *