ଫାର୍ମ ହାଉସର ମାଲିକକୁ ଗୁଳିମାଡ଼

ଢେଙ୍କାନାଳରେ ଗୁଳିକାଣ୍ଡ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଫାଶୀଗାଁ ଗ୍ରାମ ନିକଟସ୍ଥ ଫାର୍ମ ହାଉସରେ ।ଏହି ଗୁଳିକାଣ୍ଡରେ ଜଣେ ଯୁବକ ନିହତ ହୋଇଛନ୍ତି ।ତେବେ ନିହତ ହୋଇଥିବା ବ୍ୟକ୍ତି ହେଉଛନ୍ତି ଫାର୍ମ ହାଉସର ମାଲିକ ଗୋବିନ୍ଦ ଚନ୍ଦ୍ର ନାୟକ । ସୂଚନ ଅନୁଯାୟୀ ବମନ୍ଦିର ନିକଟ ନିଜ ଫାର୍ମ ହାଉସରେ ଗତ ରାତିରେ ଶୋଇଥିବା ବେଳେ ଫାର୍ମ ହାଉସକୁ କେହି ଦୃର୍ବୁତ୍ତ ଆସି ଟର୍ଚ୍ଚ ମାରିଥିଲେ ଏହା ଦେଖି ଗୋବିନ୍ଦ ପାଟି କରିବାରୁ ଦୁର୍ବୁର୍ତ୍ତ ମାନେ ଗୁଳି କରିଥିଲେ । ଘଟଣାସ୍ଥଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୋବିନ୍ଦଙ୍କୁ ଉଦ୍ଧାର କରାଯାଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ତେବେ କେଉଁ କାରଣର ଏଭଳି କାଣ୍ଡ ଭିଆଇଥିଲା ଦୁର୍ବୃତ୍ତ ତାହାର କାରଣ ଅସ୍ପଷ୍ଟ ରହିଥିବା ବେଳେ ସଦରଥାନା ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *