ନିଶା, ସନ୍ଦେହ ନେଇଗଲା ୪ ବର୍ଷିୟ ପୁଅର ଜୀବନ : ଅଭିଯୁକ୍ତ ବାପ ଫେରାର

Spread the love

ରାଉରକେଲା : ପ୍ରଥମେ ସନ୍ଦେହ ପରେ ସନ୍ଦେହ ସହ ନିଶା ମିଶିଯିବା ପରେ ଜଣେ ବ୍ୟକ୍ତି ନିଜର ୪ ବର୍ଷର ପୁଅର ଜୀବନ ନେବା ସହ ଫେରାର ହୋଇଯାଇଛି। ଏହି ଘଟଣା ଆଜି ରାଉରକେଲା ଉଦିତନଗର ଥାନା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।

ଖବରରୁ ପ୍ରକାଶ ଯେ, ଶିତଳ ପଡା ବସ୍ତିରେ ରାଜୁ ଲାକ୍ରା ନିଜ ପତ୍ନୀ ସହ ନିଜର ୪ବର୍ଷର ପୁଅ ସହ ରହୁଥିଲା। ପେଟ ପାଟଣା ଲାଗି ସେଠାରେ ଆରଏସପିର ବର୍ଜ୍ୟ ଡମ୍ଫିୟାର୍ଡରୁ ଲୁହା ସଂଗ୍ରହ କରି ଚଳୁଥିଲା, ତେବେ ଗତକାଲି ଦିନ ୪ଟା ବେଳେ ରାଜୁର -ପତ୍ନୀ ୨୨ବର୍ଷୟା ମହିଳା ଅନ୍ୟ ଜଣେ ବ୍ୟକ୍ତିର ସ୍କୁଟିରେ ବସି କେଉଁ ଆଡେ ଯାଉଥିବା ବେଳେ ରାଜୁ ସେମାନଙ୍କୁ ପିଛା କରି ସାଇକେଲରୁ ପଡିଯାଇଥିଲା, ଏହା ଦେଖି ପୁଅ ଆରିୟନ କହିଥଲା ସାଇକେଲରେ ସେମାନଙ୍କୁ ପାରିବନି ପଳେଇ ଆସ । ତେବେ ଏହି ଘଟଣା ସମ୍ପର୍କରେ ରାଜୁ ବସ୍ତି ବାସୀଙ୍କୁ ଜଣାଇବା ସହ ଥାନାରେ ଏହାକୁ ଜଣାଇ ତାକୁ ନ୍ୟାୟ ଦେବାକୁ ଗୁହାରୀ ହୋଇଥିଲା, କିନ୍ତୁ କଥା ଥାନା ଯାଏ ଗଲା କି ନାହିଁ ତାହା ଥାନା ବାଲା ଜାଣିଥିବେ, କିନ୍ତୁ ପତ୍ନୀ ଅନ୍ୟ ଜଣେ ଲୋକ ସହ ନିଜ ଆଖି ଆଗରେ କୁଆଡେ ପଳେଇ ଯିବା କଥା ରାଜୁକୁ ଶକ୍ତ ଆଘାତ ଦେଇଥିଲା, ସେ ବିଚଳିତ ହୋଇ ନିକଟସ୍ଥ ବେଆଇନ ମଦ ଭାଟିରେ ପ୍ରଚୁର ମଦ୍ୟପାନ କରି ନିଶାଶକ୍ତ ହୋଇଥିଲା। ବିଳମ୍ବିତ ରାତି ଯାଏ ତାର ପତ୍ନୀ ଘରକୁ ନଫେରିବାରୁ ଘରେ ଥିବା ନିଜର ପୁଅ ଉପରେ ମା ର ରାଗ ସୁଝାଇବାକୁ ଯାଇ ଆକ୍ରମଣ କରି ପୁଅକୁ ଜୀବନରୁ ମାରିଦେବା ସହ ଘରଭିତରେ ଝୁଲାଇ ଦେଇଥିବା କୁହାଯାଉଛି । ସକାଳୁ ୪ ବର୍ଷର ପୁଅ ଆରିୟନର ମୃତ୍ୟୁ ଖବର ବସ୍ତି ବାସୀ ପାଇବା ପରେ ଥାନାକୁ ଖବର ଦେଇଥିଲେ । ଉଦିତନଗର ପୁଲିସ ଘଟଣାସ୍ଥଳରେ ପହଁଚି ଶବ ଜବତ କରିବା ସହ ମୃତ ନାବାଳକର ମା କୁ ଡକାଇ ଫେରାର ରାଜୁକୁ ଖୋଜୁଥିବା ଜଣାପଡିଛି । ତେବେ ଏହି ଘଟଣା ଆଖ ପାଖ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଥିବା ବେଳେ ଏହି ଘଟଣାକୁ ନେଇ ପୁଲିସକୁ ସଠିକ ସମୟରେ ନଜଣାଇବା କିମ୍ବା ଘଟଣା ଦିନ ପୁଲିସ ଜାଣି ମଧ୍ୟ ସେ ସ୍ଥାନକୁ ନଜିବା ଭଳି ସ୍ଥିତି ନିରୀହ ନାବାଳକର ଜୀବନ ନେଇଗଲା ବୋଲି କୁହାଯାଉଛି । ସେପଟେ ସହରରେ ଅନେକ ଏନଜିଓ ସଚେତନତା ଲାଗି କାମ କରୁଛନ୍ତି, ନିଶା ନିବାରଣ ଓ ସଚେତନତା ଲାଗି ଅନେକ ଟଙ୍କା ସରକାର ଖର୍ଚ୍ଚ କରୁଛନ୍ତି ହେଲେ ରାଉରକେଲ ମହାନଗର ନିଗମ ସମ୍ମୁଖରେ ଥିବା ଏହି ଶିତଳପଡା ବସ୍ତିରେ ନିଶା ଓ ସନ୍ଦେହ ଲାଗି ଜଣେ ନିରୀହ ପିଲାର ଜୀବନ ଚାଲିଜିବା ଘଟଣା ଆମର ଏ ବ୍ୟବସ୍ଥାକୁ ଶକ୍ତ ଚାପୁଡା ମାରିଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *