ରାଜସ୍ଥାନର ଅଲଓ୍ୱରରେ ଅଭାବନୀୟ ଘଟଣା। ଶୁଣିଲେ ଲୋମଟାଙ୍କୁରି ଯିବ। ପୁଅ ଆଗରେ ସ୍ୱାମୀକୁ ହତ୍ୟା କରିଦେଲା ପତ୍ନୀ। ଅଧା ରାତିରେ ଘରକୁ ବୟଫ୍ରେଣ୍ଡ ଡାକି ମର୍ତର କରିଦେଲା ପତ୍ନୀ। ଆଉ ୯ ବର୍ଷର ପୁଅ ସାକ୍ଷୀ ଥିଲା। ଅନୀତା ଓ ବିରୁ ୧୦ ବର୍ଷ ପୂର୍ବରୁ ପ୍ରେମବିବାହ କରିଥିଲେ। ବିବାହର ବର୍ଷକ ପରେ ପୁଅ ହୋଇଥିଲା। ହସଖୁସିରେ ସଂସାର ଚାଲିଥିଲା। ଅନୀତା ବିରୁଙ୍କ ସହ ଦ୍ୱିତୀୟ ବିବାହ କରିଥିଲେ। ପ୍ରଥମ ସ୍ୱାମୀକୁ ଛାଡ଼ିଦେଇଥିଲେ ଅନୀତା। ଆଉ ପ୍ରଥମ ବିବାହରୁ ବି ଆଉ ଏକ ପୁଅ ହୋଇଥିଲା। କିନ୍ତୁ ସେ ଅନୀତା ହିଁ ବିରୁକୁ ସବୁଦିନ ଲାଗି ରାସ୍ତାରୁ ହଟାଇଦେଲା। ମାଆର ପ୍ରେମିକ ବାପାଙ୍କୁ ହତ୍ୟା କରୁଥିଲା। ଆଉ ମାଆ ଚୁପ୍ ଚାପ୍ ଦେଖୁଥିଲା। ମର୍ଡରର ପୁରା ପ୍ଲାନ୍ କରିଥିଲା ମାଆ। ମର୍ଡର ରାତିର କାହାଣୀ ବଖାଣିଛି କୋମଳମତି ବାଳକଟି। ଜୁନ୍ ୭ ତାରିଖର ଘଟଣା। ବିରୁ ରାତିରେ ଘରକୁ ଫେରିଥିଲେ। ପୁଅକୁ ମୋବାଇଲ ରିଚାର୍ଜ କରିବାକୁ କହିଥିଲେ। ଅନୀତା ପୁଅକୁ ଶୋଇପଡ଼େ ବୋଲି କହିଥିଲେ। ଜଲଦି ଶୋଇଲେ ସକାଳୁ ଜଲଦି ଉଠିବୁ ବୋଲି କହିଥିଲେ। ପୁଅ ଶୋଇବାକୁ ଯିବା ମାତ୍ରେ କବାଟ ପାଖରେ କିଛି ସ୍ୱର ଶବ୍ଦ ଶୁଭିଥିଲା। ସେ ଦେଖିଲେ ଯେ, ତାଙ୍କ ମାଆ ଗେଟ୍ ଖୋଲିଲେ। ଗେଟ ଦେଇ କାଶୀ ଓ ତାଙ୍କ ସହ ୪ଜଣ ଆସିଥିଲେ। କାଶୀ ହେଉଛି ଅନୀତାଙ୍କ ପ୍ରେମିକ। ଭୟରେ ନାବାଳକଟି ଉଠିନଥିଲେ। ଆଉ ଲୁଚିକୁ ସବୁ ଦେଖିଥିଲେ। ସମସ୍ତ ଅଭିଯୁକ୍ତ ଘରକୁ ଆସି ବାପାଙ୍କ ଉପରେ ତକିଆ ଦେଇ ମାଡ଼ି ବସିଥିଲେ। ବାପା ଛଟପଟ ହେବାରୁ ପୁଅ ଭୟରେ ଉଠିଗଲା। ସମସ୍ତେ ବାପାଙ୍କୁ ଧରିଥିଲେ। ବାପାଙ୍କୁ ମୁଥ ମାରିବା ସହ ଗୋଡ଼ ଭାଙ୍ଗିଦେଲେ। ଆଉ ବେକ ମୋଡ଼ିବା ପରେ ତକିଆରେ ମୁହଁ ଚାପିଦେଇଥିଲେ। ବାପାଙ୍କୁ ମାରୁଥିଲା ବେଳେ ପୁଅ ଭୟରେ ମାଆ ପାଖକୁ ଯାଇଥିଲା। କିନ୍ତୁ ମୁଖ୍ୟ ଅଭିଯୁକ୍ତ କାଶୀ ତାକୁ କୋଳକୁ ଉଠାଇନେଇ ଧମକ ଦେଇଥିଲା। ସେ କାନ୍ଦିବାରୁ ଗାଳି କରିଥିଲା କାଶୀ। ଆଉ କିଛି ମିନିଟ ଭିତରେ ବାପାଙ୍କ ଜୀବନ ଚାଲିଗଲା ପରେ ସେମାନେ ସେଠାରୁ ପଳାଇଗଲେ ବୋଲି କହିଛି ନାବାଳକଟି। ଯେତେବେଳେ ବାପା ଘରେ ରୁହନ୍ତିନି। ତେବେ କାଶୀ ଘରକୁ ଆସିଥାଆନ୍ତି। ତାଙ୍କ ମାଆ ହିଁ ବାପାକୁ ମାରିଦେଇଛି ବୋଲି କହିଛି ନାବାଳକ ପୁଅ। ବୀରୁ ଜାଟବ ହତ୍ୟାକାଣ୍ଡ ନେଇ ଅନୀତାଙ୍କୁ ପଚରାଉଚୁରା ଜାରି ରଖିଛି ପୁଲିସ। ଅନୀତା ଜେନେରାଲ ଷ୍ଟୋର ଖୋଲିିଥିଲେ। ଆଉ ଦୋକାନ ଆଗରେ ପ୍ରେମିକ କାଶୀରାମ ପ୍ରଜାପତ ଠେଲା ଗାଡ଼ିରେ କଚ୍ଚୋଡ଼ି ବିକେ। ଅନୀତା ଦୋକାନକୁ ନିରନ୍ତର ଯିବାଆସିବାରୁ ଉଭୟଙ୍କ ଭିତରେ ଘନିଷ୍ଠତା ବଢ଼ିଥିଲା। ଆଉ କିଛ ଦିନ ପରେ ବୀରୁକୁ ରାସ୍ତାରୁ ହଟାଇବାକୁ ଦୁହେଁ ଯୋଜନା କରିଥିଲେ। ପୁଲିସର କହିବା କଥା, କାଶୀ ସମେତ ୫ ଅଭିଯୁକ୍ତ ହତ୍ୟା ପରେ ଚାଲିଯାଇଥିଲେ।ଏହା ପରେ ଅନୀତା ନିଜ ବଡ଼ ଯାଆଙ୍କୁ ଫୋନ୍ କରି ବୀରୁଙ୍କ ଦେହ ଖରାପ କଥା କହିଥିଲେ। ହତ୍ୟାକୁ ସାଇଲେଣ୍ଟ ଆଟାକରୁ ମୃତ୍ୟୁ ହେବାର ଡ୍ରାମା କରିଥିଲା। କିନ୍ତୁ ଅନୀତାଙ୍କ ଉପରେ ବୀରୁର ବଡ଼ ଭାଇ ଗବ୍ବରଙ୍କର ସନ୍ଦେହ ଥିଲା। ଆଉ ଶବବ୍ୟବଛେଦ ରିପୋର୍ଟରେ ହତ୍ୟାର କାରଣ ଜଣାପଡ଼ିଥିଲା। ସିସିଟିଭି ଫୁଟେଜ୍ ସହ ନାବାଳକ ପୁଅକୁ ପଚରାଉଚୁରା ପରେ ସବୁ ସତ ସାମ୍ନାକୁ ଆସିଥିଲା। ଡିଏସପି କୈଳାସ ଚାନ୍ଦ କହିଛନ୍ତି, ବୀରୁ ଟେଣ୍ଟହାଉସର କାମ କରୁଥିଲେ। ପ୍ରେମିକ କାଶୀ ୨ ଲକ୍ଷ ଟଙ୍କା ଦେଇ ସୁପାରୀ କିଲର ଆଣିଥିଲା। ମାମଲାରେ ତିନି ଅଭିଯୁକ୍ତ ବିଷ୍ଣ, ନବୀନ ଓ ଚେତନ ଫେରାର ଅଛନ୍ତି। ଅନୀତା, କାଶୀ ଓ ଜଣେ ସୁପାରୀ କିଲର ବ୍ରିଜେଶ ଜାଟଭକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ପତ୍ନୀକୁ ରିମାଣ୍ଡରେ ନେଇଛି ପୁଲିସ।


Naxatra News is now on Whatsapp
Join and get latest news update delivered to you via whatsapp
Join Now