ପାରିବାରିକ କଳହରୁ ପୁଅ କୁ ହତ୍ୟା କରିଛି ବାପା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ସୀଙ୍ଗମିଲା ଗାଁରେ। ସୂଚନା ଅନୁଯାୟୀ ଆଜି ଭୋର୍ ସକାଳୁ ମଦ୍ୟପ ପୁଅ ଘରର କବାଟକୁ ଗୋଇଠା ମାରିବା ପରେ ବାପା ଉତ୍ୟକ୍ତ ହୋଇ ପୁଅ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିଲା। ବାପାଙ୍କ ଆକ୍ରମଣ ଭୟଭିତ ହୋଇ କ୍ଷତାକ୍ତ ଅବସ୍ଥାରେ ମୃତ ଯୁବକ ଜଣକ ନିଜ ବଡ଼ ଭାଇ ଘରକୁ ଦୌଡ଼ି ପଳେଇ ଯିବା ବେଳେ ବାରଣ୍ଡାରେ ପଡ଼ି ଯିବା ପରେ ଜିତୁ ମଲିକ ମୃତ୍ୟୁ ଘଟିଛି। ପୁଅର ମୃତ୍ୟୁ ଖବର ଶୁଣି ବାପା ଜଙ୍ଗଲ ରାସ୍ତାରେ ଛପି ଛପି ଜାଇ ବାଲିଗୁଡ଼ା ଥାନାରେ ଆତ୍ମ ସମର୍ପଣ କରିଥିଲେ । ବାଲିଗୁଡ଼ା ଥାନା ପୋଲିସ୍ ସୀଙ୍ଗମିଲା ଗାଁରେ ପହଞ୍ଚି ମୃତ ଯୁବକ ଜିତୁ ମଲିକଙ୍କ ଶବ ଜବତ କରି କିଭଳି ପରିସ୍ଥିତିରେ ଘଟଣା ଘଟିଛି ସେ ନେଇ ତଦନ୍ତ କରୁଥିବା ଜଣାପଡିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now