ସରକାରୀ ସମ୍ପତ୍ତି ଚୋରୀ ଓ ଲାଞ୍ଚ ମାମଲାରେ ଆମେରିକାର ୩ ଜଣ ସୈନିକଙ୍କୁ ଗିରଫ କରିଛି ଏଫବିଆଇ। ଏମାନଙ୍କ ଭିତରୁ ଦୁଇ ଜଣ ଏବେ ବି ସେନାରେ କାର୍ଯ୍ୟରତ ଓ ଜଣେ ପୂର୍ବତନ ସେନା ଅଧିକାରୀ। ଆମେରିକା ପ୍ରତିରକ୍ଷା ଗୁଇନ୍ଦା ସହ ଜଡ଼ିତ କିଛି ଦସ୍ତାବିଜ୍ ଚୋରାଇବା ଓ ଏହାକୁ ଚୀନକୁ ଦେଇ ଦେଶ ପ୍ରତି କରିଥିବା ବିଶ୍ୱାସଘାତ ଓ ଷଡ଼ଯନ୍ତ୍ର ଭଳି ସଙ୍ଗୀନ ଆରୋପରେ ଛନ୍ଦି ହୋଇଛନ୍ତି ଏମାନେ। ଏଫବିଆଇ ମୁଖ୍ୟ କାସ୍ ପଟେଲ ଏହି ସୂଚନା ସୋସିଆଲ ମିଡ଼ିଆରେ ଦେଇଛନ୍ତି। ଏଫବିଆଇ ଆଟର୍ଣ୍ଣି ଜେନେରାଲ ପାମେଲା ବଣ୍ଡିଙ୍କ ନେତୃତ୍ୱରେ ଅନେକ ଏଜେନ୍ସି ସହ ମିଳିତ ଭାବେ ଏହାର ଖୁଲାସା କରି ଆକ୍ସନ ନେଇଛି। ଗିରଫ ୩ ଜଣ ହେେ ଜିୟାନ ଝାଓ, ଲି ତିୟାନ୍ ଓ ରୁଓୟୁ ହୁଆନ। ଝାଓ ଓ ତିୟାନ୍ ଦୁହେଁ ସକ୍ରିୟ ସୈନିକ ଅଟନ୍ତି। ହୁଆନ୍ ଅବସରପ୍ରାପ୍ତ ସୈନିକ ଅଟନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now