ବ୍ରହ୍ମପୁର: ବ୍ରହ୍ମପୁର ITIରେ ବିଶ୍ୱକର୍ମା ପୂଜା ଚାଲିଥିବା ବେଳେ ଗଣ୍ଡଗୋଳ। ଜଣେ ଯୁବକ ଆହତ। ଗଣ୍ଡଗୋଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ। ଗଣ୍ଡଗୋଳର କାରଣ ଜଣାପଡି ନାହିଁ।
ବ୍ରହ୍ମପୁର ITI ପରସରରେ ବିଶ୍ବକର୍ମା ପୂଜା ଚାଲିଥିବା ବେଳେ ଦିପୁନ ସାମଲ ନାମକ ଜଣେ ଯୁବକଙ୍କୁ କୌଣସି କାରଣକୁ ନେଇ କିଛି ଯୁବକ ମାଡ଼ ମାରିଥିଲେ। ମାଡଗୋଡି ଚାଲିଥିବା ବେଳେ କହିଜଣେ ଏହାର ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ଭାଇରଲ୍ କରିଦେଇଥିଲେ। ଭିଡିଓରେ ଦିପୁନଙ୍କୁ କିଛି ଯୁବକ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି। ଏହି ଆକ୍ରମଣରେ ଦିପୁନଙ୍କ ମୁଣ୍ଡ ଓ କାନରେ ଗଭୀର କ୍ଷତ ହୋଇଥିଲା। ଚିକିତ୍ସା ପାଇଁ ଏମକେସିଜି ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଦିପୁନକୁ କିଏ ଏବଂ କେଉଁ କାରଣରୁ ଆକ୍ରମଣ କରିଥିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ତେବେ ଏନେଇ ଅଭିଯୋଗ ପରେ ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now