ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କୁ ଜାମିନ ଦେବାକୁ ଦିଲ୍ଲୀ ହାଇକୋର୍ଟର ବସିଲା ସ୍ୱତନ୍ତ୍ର ସାଂଧ୍ୟ ବୈଠକ। ଚଳଚ୍ଚିତ୍ର ନିର୍ଦ୍ଦେଶକ ସନୋଜ ମିଶ୍ରାଙ୍କୁ ଜାମିନ୍ ଦେଇଛନ୍ତି ହାଇକୋର୍ଟ। ଏହି ବିଶେଷ ବୈଠକ ୩୦ ମେ ୨୦୨୫ ରେ ସନ୍ଧ୍ୟା ସମୟରେ ହେଉଥିଲା, ଯେଉଁଠି ବିଚାରପତି ଗିରିଶ କାଥପାଲିଆ ଅଧ୍ୟକ୍ଷତା କରିଥିଲେ। ଜଣେ ଅଭିନେତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ କରିବା, ଜୀବନ ସାଥୀ ଭାବରେ ରହିବାକୁ ବାଧ୍ୟ କରିବା, ବିନା ସହମତିରେ ଗର୍ଭପାତ କରାଇବା ଓ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗରେ ମାର୍ଚ୍ଚ ୩୦ ତାରିଖରେ ସନୋଜ ମିଶ୍ରାଙ୍କୁ ଗିରଫ କରାଯାଇଥିଲା। ଯେଉଁ ଅଭିଯୋଗକାରିଣୀ ଭବିଷ୍ୟତରେ ଅଭିନେତ୍ରୀ ହେବାର ଆଶା ରଖିଥିଲେ। ଅଭିଯୋଗକାରିଣୀ ଏହି ଅଭିଯୋଗ ମିଶ୍ରାଙ୍କ ବିରୁଦ୍ଧରେ କରିଥିଲେ, ଯେଉଁଥିରେ ସେ ଚାରି ବର୍ଷ ଧରି ଦୁଷ୍କର୍ମର ଶୀକାର ହୋଇ ଆସୁଥିବା ଦାବି କରିଥିଲେ। କିନ୍ତୁ ଏହି ମାମଲା ଆଗକୁ ବଢିବା ସମୟରେ ଅଭିଯୋଗକାରୀ ଅଚାନକ ନିଜ ଅଭିଯୋଗକୁ ମିଛ ବୋଲି ସ୍ୱୀକାର କରିବା ପରେ ଏହି ମାମଲାକୁ କୋର୍ଟ ଅପରାହ୍ନ ସାଢ଼େ ୪ଟା ବେଳେ ଗ୍ରହଣ କରିଥିଲେ। ସେ ଲମ୍ୱା ସମୟ ଧରି ଲିଭ-ଇନ-ରିଲେସନସିପରେ ଥିଲେ ବୋଲି ମାନିଥିଲେ। ଏ ସମ୍ପର୍କିତ ସତ୍ୟପାଠ ବି ଅଭିଯୋଗକାରିଣୀ ଦାଖଲ କରିଛନ୍ତି। ସନୋଜଙ୍କ ସହ ସେ ଲିଭ-ଇନ-ରିଲେସନସିପରେ ଥିଲେ। ଆଉ ତାଙ୍କ ସହମତିରେ ହିଁ ସେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। କିନ୍ତୁ ତାଙ୍କ ପ୍ରତିପକ୍ଷଙ୍କ କଥାରେ ପଡ଼ି ସେ ମିଛ ଅଭିଯୋଗ କରିଥିଲେ। ପ୍ରତିପକ୍ଷ ପକ୍ଷରୁ ଦାଖଲ ହୋଇଥିବା ସ୍ଥିତି ରିପୋର୍ଟ ଦେଖି ନ୍ୟାୟାଳୟ ଏହି ଜାମିନ୍ ଦେବା ପ୍ରତି ଗମ୍ଭୀରତାର ସହ ଦୃଷ୍ଟି ଦେଇଥିଲେ। ଏହି ଆଧାରରେ ସନୋଜ ମିଶ୍ରାଙ୍କୁ ଜାମିନ୍ ଦିଆଯାଇଛି। ଏହା ସହ କୋର୍ଟ ଗୁରୁତ୍ୱପୂର୍ଣ୍ଣ କଥା ବି କହିଛନ୍ତି ଯେ, ଯୌନଶୋଷଣର ମିଛ ଅଭିଯୋଗର ଏହା ଆଉ ଏକ ନଜିର୍। ଏଭଳି ପ୍ରତିଟି ମିଛ ଅଭିଯୋଗ ଅଭିଯୁକ୍ତଙ୍କର ବ୍ୟକ୍ତିତ୍ୱକୁ କେବଳ କ୍ଷୁର୍ଣ୍ଣ କରୁନି। ତା ସହ ତାଙ୍କର ସାମାଜିକ ଜୀବନକୁ ଘୋର ପ୍ରଭାବିତ କରୁଛି। ଏମିତି ଘଟଣାରେ ବାସ୍ତବରେ ଯେଉଁ ପୀଡ଼ିତା ଯୌନଶୋଷଣର ଶୀକାର ହେଉଛନ୍ତି. ସେମାନଙ୍କୁ ବି ସମାଜ ସନ୍ଦେହ ଦୃଷ୍ଟିରେ ଦେଖିବାକୁ ଲାଗୁଛି। ଶେଷରେ ଯେଉଁ ପୀଡ଼ିତା ଯୌନଶୋଷଣର ଶୀକାର ହେଉଛନ୍ତି, ସେମାନଙ୍କ ସତକୁ ମିଛ କରିବାକୁ ଜୁଟିଯାଏ ସମାଜ। ସେଥିଲାଗି ଅଭିଯୋଗକାରିଣୀ, ଯେଉଁମାନଙ୍କ କଥାରେ ପଡ଼ି ଅଭିଯୋଗକାରିଣୀ ମିଛ ମାମଲା କରିଥିଲେ, ଯେଉଁମାନେ ଏହା ପଛରେ ଷଡ଼ଯନ୍ତ୍ରକାରୀ ଓ କାର୍ପଟଦାର, ସେମାନଙ୍କ ବିରୁଦ୍ଧରେ ବି ଏତଲା ରୁୁଜୁ କରି ଆକ୍ସନ ନେବାକୁ ନିର୍ଦେଶ ଦେଇଛନ୍ତି ଅଦାଲତ। ସନୋଜ ମିଶ୍ରା ଗାନ୍ଧୀଗିରି ଓ ରାମ କି ଜନ୍ମଭୂମି ଭଳି ବିବାଦିତ ଚଳଚ୍ଚିତ୍ରର ନିର୍ଦ୍ଦେଶନା କରିଥିଲେ।


Naxatra News is now on Whatsapp
Join and get latest news update delivered to you via whatsapp
Join Now