ନୂଆଦିଲ୍ଲୀ: ମେକ୍ସିକୋର ଉତ୍ତରାଞ୍ଚଳରେ ଥିବା ସ୍ୟୁଦାଦ ଜୁଆରେଜ ସହରର ଏକ ଜେଲରେ ବନ୍ଧୁକଧାରୀ ଆତତାୟୀଙ୍କୁ ଆକ୍ରମଣ। ଏହି ଆକ୍ରମଣରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁଳିମାଡର ସୁଯୋଗ ନେଇ ୨୪ରୁ ଅଧିକ କଏଦୀ ଜେଲରୁ ଫେରାର ହୋଇଯାଇଛନ୍ତି।
ଚିହୁଆହୁଆ ଷ୍ଟେଟ ପ୍ରୋସିକ୍ୟୁଟର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି କି, ଆକ୍ରମଣ ପରେ ଅଜ୍ଞାତ ଆକ୍ରମଣକାରୀ ସେଠାରୁ ଏକାଧିକ ଗାଡିରେ ଖସି ପଳାଇଛନ୍ତି। ରବିବାର ସକାଳ ପ୍ରାୟ ୭ଟାରେ ଏହି ଘଟଣା ଘଟିଥିଲା। ସେପଟେ ଏହି ଘଟଣାପରେ କଏଦୀଙ୍କ ମଧ୍ୟରେ ହାତାହାତି ସୃଷ୍ଟି ହୋଇଥିଲା।
ଜେଲ ଭିତରେ ଗୁଳିମାଡ ପୂର୍ବରୁ ଏକ ଦସ୍ତା ଅଜ୍ଞାତ ଲୋକ ବୁଲେଭାର୍ଡ ନିକଟବର୍ତ୍ତୀ ନଗରପାଳିକା ପୁଲିସ ଉପରେ ଗୁଳିମାଡ କରିଥିଲେ। ଏହା ପରେ ଏକ କାରକୁ ଅନୁସରଣ କରି କାର ଛଡାଇ ନେଇଥିଲେ। ଏହି କାରରେ ୪ ଜଣ ଲୋକ ଥିଲେ। କାର ଜେଲ ନିକଟରେ ପହଞ୍ଚିବା ପରେ ଜେଲ ବାହାରେ ଥିବା ସୁରକ୍ଷାବଳ ଉପରେ ଗୁଳିବର୍ଷାଇଥିଲେ। ଆକ୍ରମଣ ପରେ ଜେଲର ଯେଉଁ ସେଲରେ କୁଖ୍ୟାତ ଅପରାଧି ଓ ଡ୍ରଗ କାରବାରକୁ ନେଇ ବନ୍ଦୀ ଥିବା ଅପରାଧି ଥିଲେ ସେଠାରେ ମାଡପିଟ ଆରମ୍ଭ ହୋଇଥିଲା। ଏହି ମାଡପିଟରେ ୧୩ ଜଣ ଗୁରୁତର ଭାବେ ଆହତ ହୋଇଥିଲେ।
ମାଡପିଟ ଘଟଣାରେ ୪ ଜଣଙ୍କୁ ହାଜତକୁ ନିଆଯାଇଛି। ତେବେ ଏହି ୪ ଜଣ ଆକ୍ରମଣକାରୀ ନା କଏଦୀ ତାହା ସ୍ପଷ୍ଟ କରାଯାଇ ନାହିଁ । ସେପଟେ ୨୪ ଜଣ କଏଦୀ ଜେଲରୁ ଖସି ଯିବାରେ ସକ୍ଷମ ହୋଇଛନ୍ତି। ଏଲପାସୋର ପ୍ରୋସିକ୍ୟୁଟର କହିଛନ୍ତି କି, ସେ ଜେଲ ଭିତରେ ହୋଇଥିବା ଆକ୍ରମଣର ଯାଞ୍ଚ କରୁଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now