ବରମାଳା ଚାଲିଥାଏ। ଷ୍ଟେଜରେ ବର କନ୍ୟା ଥାଆନ୍ତି। ଆଉ ଏତିକିବେଳେ ମୁହଁରେ କପଡ଼ା ବାନ୍ଧି ଆସିଥିଲା ପୁରୁଣା ପ୍ରେମିକ। ଲୋକଙ୍କ ଭିଡ଼ ଭିତରେ ପଶି କନ୍ୟାର ପେଟକୁ ଗୁଳି କଲା। କେହି କିଛି ବୁଝିବା ଆଗରୁ ଆଖି ପିଚୁଳାକେ ଫେରାର୍ ହୋଇଯାଇଥିଲା। ମୋର ନୁହେଁ ତ କାହାର ନୁହେଁ ଭାବି ଏଭଳି ଚରମ ପଦକ୍ଷେପ ନେଲା ପ୍ରେମିକ।ବିହାର ବକ୍ସର ଅଞ୍ଚଳରେ ଷ୍ଟେଜ୍ ଉପରେ ଏଭଳି ଘଟଣା ଘଟିଛି। ତୁରନ୍ତ କନ୍ୟାଙ୍କୁ ସଦର ହସ୍ପିଟାଲ ନିଆଯାଇଥିଲା। ଆଉ ଅବସ୍ଥା ଗୁରୁତର କାରଣରୁ ବନାରସକୁ ରେଫର କରିଦିଆଯାଇଥିଲା। କନ୍ୟା ଆରତୀର ଅପରେସନ ହୋଇଛି। ଅଭିଯୁକ୍ତ ପ୍ରେମିକ ଦିନବନ୍ଧୁ ତାଙ୍କୁ ଗୁଳି କରିଦେଲା ବୋଲି କହିଥିଲେ ଆହତ ଅବସ୍ଥାରେ ଆରତୀ। ପରିବାରର କହିବା କଥା, ଦିନବନ୍ଧୁ ତାଙ୍କ ଝିଅକୁ ଏକତରଫା ପ୍ରେମ କରୁଥିଲା। ଝିଅର ବିବାହ ୟୁପିର ବଲିୟାରେ ସ୍ଥିର ହୋଇଥିଲା। ସ୍ଥାନୀୟ ଲୋକଙ୍କ କହିବା କଥା, ଦୀନବନ୍ଧୁ ଆରତୀର ପଡ଼ୋଶୀ। ଏହି ମାମଲା ପ୍ରେମପ୍ରସଙ୍ଗ ସହ ଜଡ଼ିତ। ଦୁହିଁଙ୍କ ଘର ଲାଗି ଲାଗି ଅଛି। ୨ ବର୍ଷ ହେଲା ଦୁହିଁଙ୍କ ଭିତରେ ପ୍ରେମସମ୍ପର୍କ ଥିଲା। ବର୍ଷକ ପୂର୍ବରୁ ବି ଆରତୀଙ୍କ ବିବାହ ସ୍ଥିର ହୋଇଥିଲା। ହେଲେ ପୁଅ ଘରକୁ ଫୋନ୍ କରି ଦୀନବନ୍ଧୁ ବନ୍ଧୁ ଭାଙ୍ଗିଦେଇଥିଲା। ଗଲା ମଙ୍ଗଳବାର ରାତିର ଘଟଣା। ବରଯାତ୍ରୀ ପହଞ୍ଚିବା ପରେ ରାତିରେ ଜୟମାଳା ରୀତିନୀତି ଚାଲୁଥିବା ବେଳେ ଏଭଳି କାଣ୍ଡ ଭିଆଇଛି ଦିନବନ୍ଧୁ। ଅଭିଯୁକ୍ତ ଦୀନବନ୍ଧୁର ବାପା ରମାଶଙ୍କର ଚୌଧୁରୀ କହିଛନ୍ତି, ତାଙ୍କ ପୁଅ ଆରତୀକୁ ଭଲ ପାଉଥିବା କଥା ସେ ଜାଣିନାହାନ୍ତି। ଜାଣିଥିଲେ, ସମାଜ ଆଗରେ ହାତ ଯୋଡ଼ି ବିବାହ କରାଇଥାଆନ୍ତେ। ପୁଲିସ ଅଭିଯୁକ୍ତର ଘରକୁ ସିଲ୍ କରିଛି। ବକ୍ସର ଡିଏସପି ଗୌରବ ପାଣ୍ଡେ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଏହା ପ୍ରେମଜନିତ କାଣ୍ଡ ବୋଲି ପ୍ରତୀୟମାନ ହୋଇଛି। ଫେରାର୍ ଦୀନବନ୍ଧୁକୁ ଗିରଫ କରିବାକୁ ରେଡ୍ ଚାଲିଛି। ବିବାହରେ ଉପସ୍ଥିତ ଲୋକଙ୍କୁ ପଚରାଉଚୁରା କରାଯାଉଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now