ପାକିସ୍ତାନୀ ପତାକା ଉପରେ ପରିଶ୍ରା କରିବାକୁ ବାଧ୍ୟ କରାଗଲା ନବମ ଶ୍ରେଣୀ ଛାତ୍ରକୁ। ୟୁପିର ଆଲିଗଡ଼ରେ ଜଣେ ମୁସଲିମ ଛାତ୍ରକୁ ପାକିସ୍ତାନୀ ପତାକା ଉପରେ ପରିଶ୍ରା କରିବାକୁ ବାଧ୍ୟ କରାଯାଇଥିବା ଭିଡ଼ିଓ ଭାଇରାଲ ହୋଇଛି। ସେଠାରେ ଉପସ୍ଥିତ ଥିବା ପ୍ରଦର୍ଶନକାରୀ ବ୍ୟବସାୟୀ କହିଥିଲେ, ପହଲଗାମ ଆତଙ୍କି ଆକ୍ରମଣ ଘଟଣାକୁ ନିନ୍ଦା କରି ସେମାନେ ରାସ୍ତାରେ ପାକିସ୍ତାନୀ ପତାକା ଲଗାଇ ତା ଉପରେ ଚାଲିବାକୁ ସମସ୍ତଙ୍କୁ କହୁଥିଲେ। କିନ୍ତୁ ସଂପୃକ୍ତ ଛାତ୍ର କୁଆଡ଼େ ଆସି ପାକିସ୍ତାନୀ ପତାକାକୁ ହଟାଇବାକୁ ଚେଷ୍ଟା କରିଥିଲେ। ସେଥିଲାଗି ଏଭଳି କରିବାକୁ ବାଧ୍ୟ କରାଗଲା। ଆଉ ଥରେ ପାକିସ୍ତାନୀ ପତାକାକୁ ପୋଷ୍ଟ କରିବାକୁ କୁହାଯାଇଥିଲା। ଭାରତ ମାତା କି ଜୟ ନାରା ଲଗାଇବାକୁ କହିଥିଲେ। ପିଲାଟିର ସାର୍ଟ କଲର ଧରି ଟାଣିଆଣି ତାକୁ ମାଡ଼ ବି ମାରିଥିଲେ ଲୋକେ। ସ୍କୁଲରୁ ଛାତ୍ର ଜଣକ ଫେରୁଥିଲା ବେଳେ ଏଭଳି ଅଭାବନୀୟ ଘଟଣାର ଶୀକାର ହୋଇଥିଲା। ବନ୍ନା ଦେବୀ କ୍ଷେତ୍ରର ରସଲଗଞ୍ଜ ବଜାରର ଏ ଘଟଣା।

Naxatra News is now on Whatsapp
Join and get latest news update delivered to you via whatsapp
Join Now