ବ୍ୟାଙ୍କ ଋଣ ଦେବା ନାଁରେ କୋଟିଏ ଟଙ୍କାର ଠକେଇ ମାମଲାରେ ପୂର୍ବତନ ଶାଖା ପରିଚାଳକ ଗିରଫ

Spread the love

ଭୁବନେଶ୍ୱର : ବ୍ୟାଙ୍କ ଋଣ ଦେବା ନାଁରେ ବଡ଼ ଧରଣର ଠକେଇ ମାମଲାରେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଶାଖା ପରିଚାଳକ ସ୍ୱୟମ୍ ପ୍ରକାଶ ପରିଡ଼ାଙ୍କୁ ଗିରଫ କରାଯାଇଛି । କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ପଳାସପଲ୍ଲୀରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଶାଖା ପରିଚାଳକ ସ୍ୱୟମଙ୍କୁ ଗିରଫ କରିଥିବା ନେଇ ସୂଚନା ମିଳିଛି ।

ଉଲ୍ଲେଖନୀୟ ଯେ, ଗତ ୨୦୧୫ରୁ ୨୦୧୭ ମଧ୍ୟରେ ବ୍ୟାଙ୍କ ଋଣ ଦେବା ନାଁରେ ଏକ କୋଟି ୯ ଲକ୍ଷ ଟଙ୍କାର ଠକେଇ ହୋଇଥିଲା ।

ଅଭିଯୋଗ ଅନୁସାରେ ଜାଲି ଡକ୍ୟୁମେଣ୍ଟ ଦେଇ ଭିନ୍ନ ଭିନ୍ନ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ଋଣ ମଞ୍ଜୁର କରାଯାଇଥିଲା ।

Leave a Reply

Your email address will not be published. Required fields are marked *