ପତ୍ନୀ ହତ୍ୟା ମାମଲାରେ ପୂର୍ବତନ ଗୁଣପୁର ବିଧାୟକ ଦୋଷୀ ସାବ୍ୟସ୍ତ

Spread the love

ଭୁବନେଶ୍ୱର : ପତ୍ନୀଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ପୂର୍ବତନ ଗୁଣପୁର ବିଧାୟକ ରାମମୂର୍ତି ଗମାଙ୍ଗ । ୧୧ ଜଣ ସାକ୍ଷୀ ଓ ୧୫ଟି ଦସ୍ତାବିଜ୍ ଆଧାରରେ ଦୋଷୀ ସାବ୍ୟସ୍ତ କରିଛନ୍ତି ଭୁବନେଶ୍ୱର ସ୍ପେଶାଲ କୋର୍ଟ । ଆସନ୍ତା ମଙ୍ଗଳବାର ଦଣ୍ଡ ବିଧାନ ଶୁଣାଣି ହେବ ।

ସୂଚନା ଅନୁଯାୟୀ ୧୯୯୫ ଅଗଷ୍ଟ ମାସ ୨୯ତାରିଖ ଗଣେଶ ପୂଜା ଦିନ ବିଧାୟକଙ୍କ ବାସଭବନରେ ପତ୍ନୀ ଶଶିରେଖା ଗମାଙ୍ଗଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଖାରବେଳ ନଗର ସ୍ଥିତ ଘରୁ ପତ୍ନୀଙ୍କ ପୋଡ଼ା ମୃତଦେହ ମିଳିଥିଲା । ଘଟଣାରେ ପ୍ରଥମେ ୟୁଡି ଓ ପରେ ହତ୍ୟା ମାମଲା ରୁଜୁ କରିଥିଲା ପୋଲିସ ।

Leave a Reply

Your email address will not be published. Required fields are marked *