ଧରାପଡିଲା ଭଣ୍ଡ ବାବା। ଛତିଶଗଡ଼ର ଡୋଙ୍ଗରଗଡ଼ରେ ଧରାପଡ଼ିଥିବା ବାବାର ଆଶ୍ରମରୁ ପୁଲିସ ଗଞ୍ଜେଇ, ସେକ୍ସ ଟଏଜ୍, ନିଶା ଗୁଳି, ଭାଏଗ୍ରା ଟାବଲେଟ ଓ ଇଞ୍ଜେକ୍ସନ ଜବତ କରିଛି। ଭଣ୍ଡ ବାବାର ନାଁ ତରୁଣ ଅଗ୍ରଓ୍ୱାଲ ଓରଫ ସୋନୁ। ତରୁଣ ୨୦ ବର୍ଷ ଧରି ଗୋଆରେ ଥିଲା। ବିଦେଶୀଙ୍କୁ ଯୋଗ ଶିଖାଏ। ଗଲା ଦେଢ଼ବର୍ଷ ଧରି ନିଜକୁ ଜଟାଧାରୀ ଅନ୍ତରାଷ୍ଟ୍ରୀୟ ଯୋଗଗୁରୁ କହି ଗୋଆ ଭଳି ମଡେଲ ଛତିଶଗଡ଼ରେ ଆରମ୍ଭ କରିବାକୁ ଚାହୁଁଥିଲା। ଭଣ୍ଡ ବାବା ସୋନୁର ଟାର୍ଗେଟରେ କେବଳ ଯୁବଗୋଷ୍ଠୀ ଥିଲା। ରାତିରେ ଆଶ୍ରମରେ ଝିଅଙ୍କ ଆସର ଜମୁଥିଲା। ପୁଲିସ ଏଭଳି ଅଭିଯୋଗ ପାଇବା ପରେ ରେଡ୍ କରି ବାବାକୁ ଗିରଫ ସହ ଆପତ୍ତିଜନକ ସାମଗ୍ରୀ ଜବତ କରିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now