ସୁନା ତସ୍କରୀ କରୁଥିବା ଗ୍ୟାଙ୍ଗ ନାଁରେ ଏତଲା କଲା ସିବିଆଇ। ବିଭିନ୍ନ ବିମାନବନ୍ଦର ଜରିଆରେ ସୁନାର ଚୋରା ଚାଲାଣ କରୁଥିବା ଗ୍ୟାଙ୍ଗକୁ ଧରିବାକୁ ଡିଆରଆଇ ବା ରାଜସ୍ୱ ଗୁଇନ୍ଦା ନିର୍ଦେଶାଳୟ ସହ ସିବିଆଇ ମିଶି ଏହି ଧରପଗଡ଼ ଜୋରଦାର କରିବ ବୋଲି କହିଛି। ନିକଟରେ କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କ ଗିରଫଦାରି ପରେ ଆଜି ସିବିଆଇ ଏହି ଏତଲା କରିଛି। ବେଙ୍ଗାଲୁରୁର କେମ୍ପେଗୌଡ଼ା ଏୟାରପୋର୍ଟରେ ୧୪.୨ କେଜି ସୁନା ଯାହାର ଦାମ୍ ୧୨କୋଟି ୫୬ଲକ୍ଷ ଟଙ୍କା। ଏହି ସୁନାକୁ ଚୋରା ଚାଲାଣ ବେଳେ ଧରାପଡ଼ିଥିଲେ ରାନ୍ୟା। ଦୁଇଟି ସିବିଆଇ ଟିମ୍ ମୁମ୍ୱାଇ ଓ ବେଙ୍ଗାଲୁରୁ ବିମାନବନ୍ଦରକୁ ଅଧିକ ତଦନ୍ତ ଲାଗି ପଠାଯାଇଛି। ମାର୍ଚ୍ଚ ୩ରେ ଦୁବାଇରୁ ଆସି ପହଞ୍ଚିଥିଲେ ରାନ୍ୟା। ଡିଆରଆଇ କହିଛି ଯେ, ରାନ୍ୟା ପ୍ରାୟ ୧୫ କେଜିର ସୁନା ଚୋରାଚାଲାଣ ଲାଗି ଉଦ୍ୟମ କରିଥିଲେ। ମାର୍ଚ୍ଚ ୧୮ ଯାଏ ରିମାଣ୍ଡରେ ରାନ୍ୟାଙ୍କୁ ନେଇଛି ପୁଲିସ। ଦୈନିକ ନିଜ ଓକିଲଙ୍କୁ ଅଧଘଣ୍ଟା ଲେଖାଏଁ ଭେଟିବାକୁ କୋର୍ଟ ଅନୁମତି ଦେଇଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now