ଜ୍ୱାଇଁ ସହ ଶାଶୁ ପୁଣି ଫେରାର୍!

ଜ୍ୱାଇଁ ସହ ଶାଶୁ ପୁଣି ଫେରାର୍। ଏଭଳି ଏକ ଘଟଣା ଏବେ ଆସିଛି ଗୋଣ୍ଡାରେ। ଗୋଣ୍ଡାର ଖୋଡ଼ାରେ କ୍ଷେତ୍ରରେ ବସ୍ତିର ଜଣେ ଯୁବକ ସହ ବିବାହ ସ୍ଥିର ହୋଇଥିଲା। କିନ୍ତୁ କନ୍ୟାକୁ ନୁହେଁ। ବର ଶାଶୁଙ୍କୁ ହିଁ ନେଇ ଫେରାର୍ ହୋଇଯାଇଛି। କଥାବାର୍ତ୍ତା ବେଳେ ଶାଶୁ ଉପରେ ଜ୍ୱାଇଁର ପ୍ରେମ ଓ ଆସକ୍ତି ବଢ଼ିଥିଲା। ଅଯୋଧ୍ୟାର ଏକ ମନ୍ଦିରରେ ବର ନିଜ ଶାଶୁ ସହ ବିବାହ କରିନେଇଛି। ମହିଳାଙ୍କ ପରିବାର ଲୋକେ ଖୋଡ଼ାରେ ଥାନାରେ ନିଖୋଜ ମାମଲା ରୁଜୁ କରିଛନ୍ତି। ଆଲିଗଡ଼ ପରେ ଗୋଣ୍ଡାରେ ଶାଶୁ-ଜ୍ୱାଇଁ ଫେରାର ଓ ବିବାହ କଥା ଏବେ ଜୋରଦାର ଚର୍ଚ୍ଚା ଧରିଛି। ବିବାହର ଠିକ୍ ପୂର୍ବରୁ ଶାଶୁଙ୍କୁ ନେଇ ଫେରାର୍ ହୋଇଯାଇଛି ଜ୍ୱାଇଁ। ମେ ୯ରେ ବିବାହ ସ୍ଥିର ହୋଇଥିଲା। ପରିବାର ଲୋକଙ୍କ କହିବା କଥା, ଜ୍ୱାଇଁ ସହ ଶାଶୁଙ୍କର ଘଣ୍ଟା ଘଣ୍ଟା ଧରି କଥାବାର୍ତ୍ତା ହେଉଥିଲା। ଆଉ ଯେବେ ପରିବାର ଲୋକଙ୍କୁ ଏ କଥା ଜଣାପଡ଼ିଥିଲା, ବିବାହ ଭାଙ୍ଗିବାକୁ ନିଷ୍ପତ୍ତି ହୋଇଥିଲା। ଏହା ପରେ ଝିଅଟିର ବିବାହ ଅନ୍ୟତ୍ର ସ୍ଥିର ହୋଇଥିଲା। ଆଉ ଏହା ଦେଖି ଭାବି ଜ୍ୱାଇଁ ସହ ଶାଶୁ ଫେରାର୍ ହୋଇଯାଇଥିବା କୁହାଯାଉଛି। ନିଖୋଜ ମାମଲା ରୁଜୁ ପରେ ପୁଲିସ ବସ୍ତି ଯାଇ ଯାଞ୍ଚ କଲା ପରେ ଜାଣିବାକୁ ପାଇଛି ଯେ, ଯୁବକଙ୍କ ଘରେ କେହି ନଥିଲେ। ସମସ୍ତଙ୍କ ମୋବାଇଲ ଫୋନ୍ ବି ସ୍ୱିଚଅଫ୍ ରହିଛି। ସେପଟେ ଆଉ ଏକ ରୋଚକ କଥା ସାମ୍ନାକୁ ଆସିଛି। ଯେଉଁ ଯୁବକଙ୍କୁ ସନ୍ଦେହ କରାଯାଉଥିଲା, ଶେଷରେ ସେ ଚେନ୍ନାଇରେ କାମ କରୁଥିବା ଜଣାପଡ଼ିଛି। ୩ ମାସ ହେଲା ଚେନ୍ନାଇରେ କାମ କରୁଛି। ଏ ମାମଲାରେ ତାଙ୍କର କୌଣସି ଲେନଦେନ ନାହିଁ ବୋଲି କହିବା ସହ ତାଙ୍କୁ ଜବରଦସ୍ତି ଟାଣିଓଟାରି ଏ ମାମଲାରେ ସାମିଲ୍ କରାଯାଉଛି ବୋଲି କହିଛନ୍ତି। ତା ହେଲେ କନ୍ୟାର ମାଆ ଗଲେ କୁଆଡ଼େ। ଏହାକୁ ନେଇ ଅନେକ ଗୁଜବ ବି ସୋସିଆଲ ମିଡିଆରେ ଚାଲିଛି। ପୁଲିସ ଏ ପୁରା ପ୍ରକରଣରୁ ପରଦା ହଟାଇବା ଯାଏ ସମସ୍ତେ ଅପେକ୍ଷା କରିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *