ସରକାରୀ ଚାକିରୀର ଟେନସନ- ପ୍ରେମିକାକୁ ମର୍ଡର

ସରକାରୀ ଚାକିରି କଲେ ଯାଇ ବିବାହ କରିବି। ଏଭଳି ସର୍ତ୍ତ ରଖି ପ୍ରେମିକା ବିବାହକୁ ଟାଳି ଆସୁଥିଲା। ଆଉ ପ୍ରେମିକା କଥାରେ ପଡ଼ି ଯେତେବେଳେ ପ୍ରେମିକ ସବୁ ଚେଷ୍ଟା ସତ୍ତ୍ୱେ ସରକାରୀ ଚାକିରୀ ଖଣ୍ଡେ ପାଇପାରିଲାନି। ପ୍ରେମିକା ଅନ୍ୟ ସହ ନିର୍ବନ୍ଧ କରିଦେଲା। ଆଉ ଏଥିରେ ବ୍ୟଥିତ ହୋଇ ଭେଟିବା ବାହାନାରେ ପ୍ରେମିକାକୁ ଘରକୁ ଡାକି ଶେଷରେ ତଣ୍ଟି ଚିପି ମାରିଦେଲା ପ୍ରେମିକ। ୟୁପିର ବିଜନୌରର ସୁହାଗପୁର ରୁଚିକା ମର୍ଡର ଘଟଣାର ଶେଷରେ ପର୍ଦ୍ଦାଫାସ କରିଛି ପୁଲିସ। ଏଥିରେ ବୟଫ୍ରେଣ୍ଡ ଶିବମ ସମେତ ୩ ଜଣଙ୍କୁ ଗିରଫ କରିଛି ପୁଲିସ। ଶିବମ, ତା ବାପା ଋଷିପାଲ୍ ଓ ମାଆ ସୁମେଶଙ୍କୁ ଗିରଫ କରାଯାଇଛି। ରୁଚିକାର ପ୍ରେମରେ ପାଗଳ ଶିବମ ୟୁପି ପୁଲିସରେ ଭର୍ତ୍ତି ଲାଗି ପ୍ରୟାସ କରିଥିଲେ। ଏଥିରେ ଅସଫଳ ହେବା ପରେ ଅନ୍ୟ ବିଭାଗରେ ବି ଫର୍ମ ପକାଇଥିଲେ। କିନ୍ତୁ ସଫଳ ହେଲେନି। ଏହାରି ଭିତରେ ରୁଚିକାର ନିର୍ବନ୍ଧ ଜଣେ ବ୍ୟବସାୟୀ ସହ ସ୍ଥିର ହୋଇଗଲା। ଆଉ ଟେନସନରେ ଥିବା ଶିବମ ମେ ୧୦ ତାରିଖରେ ରୁଚିକାକୁ ଫୋନ୍ କରି ଆରଏସଏମ କଲେଜ ପାଖକୁ ଶେଷ ଥର ଲାଗି ଭେଟିବା ବାହାନାରେ ଡାକିଥିଲା। ସେଠାରୁ ଘରକୁ ନେଇଯାଇଥିଲା। ଘରେ ଯାଇ ବିବାହ କରିବାକୁ ମନାଇଥିଲା। କିନ୍ତୁ ରୁଚିକା ସଫା ସଫା ମନା କରିଦେଇଥିଲେ। ଏଥିରେ ରାଗିଯାଇ ରୁଚିକାର ଗଳା ଚିପି ହତ୍ୟା କରିଥିଲା ଶିବମ। ହତ୍ୟା ପରେ ଶବକୁ କିଛି ଘଣ୍ଟା ଘରେ ଲୁଚାଇରଖିଲା। ଆଉ ସଂଧ୍ୟାରେ ପାଗ ଖରାପ ହେବା କ୍ଷଣି ଶବକୁ ବାଇକରେ ବସାଇ ନାଳରେ ଫିଙ୍ଗିବାକୁ ବାହାରିଥିଲା। ଶିବମର ମାଆ ପଛ ସିଟରେ ବସି ରୁଚିକାର ଶବକୁ ଧରିଥିଲେ। ରୁଚିକାକୁ ସିଟରେ ବସାଇ ପଛପଟୁ ଏମିତି ଧରିଥିଲେ ଯେ, ସମସ୍ତଙ୍କୁ ଲାଗିବ ସେ ଜୀବିତ ଅଛି। ଏହି ପୁରା ଘଟଣାରେ ଶିବମର ବାପା ଓ ମାଆ ସାମିଲ୍ ଥିବାରୁ ସମସ୍ତଙ୍କୁ ବାନ୍ଧିଛି ପୁଲିସ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *