ନାଳରୁ ମିଳିଲା ଗଳିତ ମୃତ ଦେହ ,ତଦନ୍ତ କରୁଛି ସାଇନଟିଫିକ୍ ଟିମ୍

ଗୁଣପୁର ଥାନା ଅନ୍ତର୍ଗତ ଆଚବା ଗ୍ରାମ ନିକଟସ୍ଥ  ଏକ ନାଳରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ଗୁଣପୁର ପୋଲିସ । ମୃତ ବ୍ୟକ୍ତି ଜଣକ ସୋନୁ ସିଂ ହୋଇଥିବା ବେଳେ ସେ ବିହାର ରାଜ୍ୟ ଅନ୍ତର୍ଗତ ଶେରଘାଟ ଅଂଚଳର ବୋଲି ସୂଚନା ମିଳିଛି ।ସୂଚନାଯୋଗ୍ୟ, ମୃତ ବ୍ୟକ୍ତି ଜଣକ ଗୁଣପୁର ଅଂଚଳରେ ରହି ପାଇପ ମିସ୍ତ୍ରୀ ଭାବେ କାମ କରୁଥିଲେ । ଖବର ପାଇ ଗୁଣପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ  ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସେପଟେ ଆଜି ସାଇନଟିଫିକ  ଟିମ ସହାୟତାରେ ତଦନ୍ତ ଆଗକୁ ବଢାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *