ଭଡ଼ାଟିଆଙ୍କ ସହ ପତ୍ନୀଙ୍କ ପ୍ରେମ ସମ୍ପର୍କ ସନ୍ଦେହରୁ ପତିଙ୍କ କାରନାମା ଯିଏ ଶୁଣୁଛି, ତାଜୁବ୍ ହୋଇଯାଉଛି। ଜଣେ ବନ୍ଧୁର ସହଯୋଗରେ ଆଗ ଅପହରଣ କଲେ ଆଉ ତା ପରେ ୭ ଫୁଟ ଗାତରେ ଜୀବିତ ଅବସ୍ଥାରେ ପୋତି ଦେଇଥିଲେ। ହରିଆଣା ରୋହତକରୁ ଆସିଛି ଏଭଳି ଅଭାବନୀୟ ଘଟଣା। ଯୋଗ ଶିକ୍ଷକଙ୍କ ଏଭଳି ଅପହରଣ ଓ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୁଲିସ। ଗଲା ବର୍ଷ ଡିସେମ୍ୱରରେ ହିଁ ଯୋଗ ଶିକ୍ଷକଙ୍କ ହତ୍ୟା ହୋଇଥିଲା। ଲମ୍ୱା ଯାଞ୍ଚ ପରେ ମୁଖ୍ୟ ଅଭିଯୁକ୍ତ ସମେତ ଦୁଇ ଜଣଙ୍କୁ ଗିରଫ କରି ସୋମବାର ଶବ ଜବତ କରିଛି ପୁଲିସ। ପୁଲିସର କହିବା ମୁତାବକ, ଅଭିଯୁକ୍ତ ହରଦୀପକୁ କୌଣସିମତେ ଜଣାପଡ଼ିଥିଲା ଯେ, ତାଙ୍କ ଘରର ଗୋଟିଏ ଭାଗରେ ଯୋଗ ଶିକ୍ଷକ ଜଗଦୀପ ଭଡ଼ାରେ ରହୁଥିଲା। ରୋହତକର ବାବା ମସ୍ତନାଥ ବିଶ୍ୱବିଦ୍ୟାଳୟରେ ଯୋଗ ଶିଖାଉଥିଲେ ଜଗଦୀପ। ତେବେ ଜଗଦୀପଙ୍କୁ ସବୁଦିନ ଲାଗି ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ। ସେଥିଲାଗି ପୈନ୍ତାବାସ ଗାଁରେ ଆଗରୁ ୭ଫୁଟ ଗଭୀରର ଗାତ ଖୋଳି ରଖିବାକୁ କିଛି ଲୋକଙ୍କୁ ଆଗୁଆ ଟଙ୍କା ଦେଇଥିଲେ। ଗାତ ବୋରଓ୍ୱେଲ୍ ପାଇଁ ହେଉଛି ବୋଲି ମିଛ କହିଥିଲା। ଡିସେମ୍ୱର ୨୪ରେ ହରଦୀପ ଓ ତାହାର କିଛି ସାଙ୍ଗ ବାଟରୁ କାମରୁ ଫେରୁଥିଲା ବେଳେ ଅପହରଣ କରିନେଇଥିଲେ। ହାତଗୋଡ଼ ବାନ୍ଧି ତାକୁ ନିସ୍ତୁକ ପିଟିଥିଲେ।ମୁହଁରେ ଟେପ୍ ଲଗାଇଦେଇଥିଲେ। ଯେମିତି ବାହାରକୁ ତାଙ୍କର ଚିତ୍କାର କେହି ଶୁଣିପାରିବେନି। ଆଉ ଖୋଳାଯାଇଥିବା ଗାତରେ ଜୀଅନ୍ତା ପୋତିଦେଇଥିଲେ। ହତ୍ୟାକାଣ୍ଡର ୧୦ ଦିନ ପରେ ଜାନୁଆରୀ ୩ରେ ଶିବାଜୀ କଲୋନୀ ଥାନାରେ ନିଖୋଜ ମାମଲା ରୁଜୁ ହୋଇଥିଲା। ଆଉ ହତ୍ୟାର ଠିକ୍ ୩ ମାସ ପରେ ମାର୍ଚ୍ଚ ୨୪ରେ ଶବ ଜବତ କରିବାକୁ ସକ୍ଷମ ହୋଇଛି ପୁଲିସ। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୁଲିସ ତନାଘନା ଜାରି ରଖିଛି।


Naxatra News is now on Whatsapp
Join and get latest news update delivered to you via whatsapp
Join Now