ଘରେ ପଶି ନାବାଳିକାକୁ ହତ୍ୟା

Spread the love

ବଲାଙ୍ଗିର : ବଲାଙ୍ଗିର ସହରର ୨୧ ନଂ ୱାର୍ଡ ଅନ୍ତର୍ଗତ ତଥା ବଲାଙ୍ଗିର ସେଣ୍ଟ୍ରାଲ୍ ସ୍କୁଲ ପଛପାଖରେ ରହିଥିବା ନିଖିଳନଗରରେ ଘର ଭିତରୁ ଜଣେ ନାବାଳିକାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଥିବା ଦେଖିବାକୁ ମିଳିଛି । ମୃତ ନାବାଳିକା ଜଣକ ଶେଷାଦ୍ରୀ ନାଗ(୧୫) ବୋଲି ଜଣାପଡିଛି । ଗତକାଲି ନିଜ ଘରେ ରହି କାମ କରୁଥିବା ଶେଷାଦ୍ରୀ ଏକା ଥିବା ବେଳେ କେହି ଦୁର୍ବୃତ ଘରେ ପଶି ତାଙ୍କୁ ହତ୍ୟା କରିଥିବା ଜଣାପଡିଛି । ଘଟଣା ସଂପର୍କରେ ଖବର ପାଇ ପ୍ରଥମେ ବଲାଙ୍ଗିର ଟାଉନ ଥାନା ଆଇଆଇସି ବିଶ୍ୱଜିତ୍ ମନବୋଧ ପୋଲିସ ଟିମ୍ ସହ ପହଞ୍ଚିଥିବା ବେଳେ ବଲାଙ୍ଗିର ଏସପି ରିଷିକେଶ ଖିଲାରୀ ଓ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ, ଶେଷାଦ୍ରୀଙ୍କ ବାପା ମକରଧ୍ୱଜ ନାଗ ଜଣେ ରାଜମିସ୍ତ୍ରୀ ହୋଇଥିବା ବେଳେ ତାଙ୍କ ମା’ ପୂର୍ଣ୍ଣିମା ନାଗ ସଫେଇ କର୍ମଚାରୀ ଭାବେ କାମ କରନ୍ତି । ବାପା ମା’ ଦୁହେଁ ଆଜି ସକାଳୁ କାମକୁ ବାହାରିଯିବା ପରେ ଶେଷାଦ୍ରୀ ଘରେ ଏକୁଟିଆ ଥିବା ସମୟରେ କୌଣସି ଦୁର୍ବୃତ ଘରେ ପଶି ତାଙ୍କୁ ହତ୍ୟା କରିଥିବା କୁହାଯାଉଛି । ତେବେ ଏଠାରେ ବଡ଼ କଥା ହେଉଛି, ଗତକାଲି ଶେଷାଦ୍ରୀ ଦେଓଗାଁର ଏକ ଯୁକ୍ତ ଦୁଇ କଲେଜରେ ନାମ ଲେଖାଇ ଥିବା ବେଳେ ଆଜି ତାଙ୍କୁ କେହି ଦୁର୍ବୃତ ହତ୍ୟା କରି ଘଟଣାସ୍ଥଳରୁ ଫେରାର ମାରିଛି । ତେବେ କିଏ ଓ କଣ ପାଇଁ ହତ୍ୟା କରିଛି, ତାକୁ ନେଇ ସାଧାରଣରେ ବିଭିନ୍ନ ପ୍ରକାର ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *