ହୋଟେଲ ରୁମରେ ସ୍ପାଏକ୍ୟାମେରା- ପ୍ରେମୀଯୁଗଳଙ୍କ ଭିଡ଼ିଓ କରି କରୁଥିଲେ ବ୍ଲାକମେଲିଂ

ମଧ୍ୟପ୍ରଦେଶ ଗ୍ୱାଲିଅରରେ ଏକ ହୋଟେଲର ଗୋଟିଏ କୋଠରୀରେ ସ୍ପାଏ କ୍ୟାମେରା ଲଗାଇ ପ୍ରେମୀ ଯୁଗଳଙ୍କ ଭିଡ଼ିଓ ରେକର୍ଡିଂ କରିଥିଲେ। ଏହା ପରେ ଏହି ଭିଡ଼ିଓକୁ ଦେଖାଇ ବ୍ଲାକମେଲିଂ ଆରମ୍ଭ ହୋଇଯାଇଥିଲା। ଏ ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଏ ମାମଲାର ମାଷ୍ଟରମାଇଣ୍ଡ୍ ପୀଡ଼ିତ ଯୁବତୀଙ୍କ ବନ୍ଧୁ ଥିଲେ। ଯିଏ ଇଞ୍ଜିନିୟରିଂ ଛାତ୍ରୀ ଅଟନ୍ତି। ନିଜ ପ୍ରେମିକ ଓ ଅନ୍ୟ ଜଣେ ସାଙ୍ଗ ସହ ମିଶି ଏ ପୁରା ଷଡ଼ଯନ୍ତ୍ର ରଚିଥିଲା। ବ୍ଲାକମେଲିଂ କରି ୧ଲକ୍ଷ ଟଙ୍କା ଦମ୍ପତ୍ତିଙ୍କଠୁ ମାଗୁଥିଲେ ଏମାନେ। ଏମାନେ ହୋଟେଲ ରୁମରେ ବଲ ହୋଲଡରରେ କ୍ୟାମେରା ଫିଟ୍ କରିଥିଲେ। ଗ୍ୱାଲିଅର ଦେହାତ ଚିନୋରର ବାସିନ୍ଦା ୨୭ ବର୍ଷୀୟ ଯୁବକ ୟୁନିଭରସିଟି ଥାନାରେ ଏତଲା ଦେଇଥିଲେ। ଜୁଲାଇ ୨୬ରେ ଗାର୍ଲଫ୍ରେଣ୍ଡ୍ ସହ ହୋଟେଲ ବିରାଟ ଇନ୍ ସିଟି ସେଣ୍ଟରର ରୁମ୍ ନମ୍ୱର ୨୦୩କୁ ଯାଇଥିଲା। ଦୁହେଁ ପ୍ରାୟ ୫ ଘଣ୍ଟା ସେଠାରେ ରହିଥିଲେ। ହୋଟେଲ ମ୍ୟାନେଜର ମୁକେଶ ଶର୍ମାଙ୍କୁ ରୁମ୍ ରେଣ୍ଟ ୧୨ଶହ ଟଙ୍କା ଦେଇ ଦୁହେଁ ଫେରିଆସିଥିଲେ। ୬ ଦିନ ପରେ ମୋବାଇଲରେ ଅଜ୍ଞାତ ନମ୍ୱରରୁ ଓ୍ୱାଟସଅପ ମେସେଜ୍ ଆସିଥିଲା। ଲକ୍ଷେ ଟଙ୍କା ନ ଦେଲେ ଭିଡ଼ିଓ ଭାଇରାଲ କରିବାକୁ ଧମକ ଦିଆଯାଇଥିଲା। ଆଉ ଟଙ୍କା ଯୋଗାଡ଼ କରିବାକୁ ୫ରୁ ୬ ଦିନ ଲାଗିବ। କିନ୍ତୁ ବ୍ଲାକମେଲର ସେମାନଙ୍କୁ ଦୁଇ ଦିନ ମହଲତ ଦେଇଥିଲେ। ଅଗଷ୍ଟ ୨୩ରେ କଲ୍ କରି ବ୍ଲାକମେଲର ଧମକ ଦେଇ କହିଥିଲା, ଅଧିକ ସ୍ମାର୍ଟ ଦେଖାଇଲେ ଏହାର ପରିଣତି ଭୋଗିବ। ଥାନାରେ ଅଭିଯୋଗ କରିଥିବାରୁ ଆଉ ନିସ୍ତାର ନାହିଁ। ଅଧଘଣ୍ଟା ଭିତରେ ବ୍ୟାଙ୍କ ଅଫ ମହାରାଷ୍ଟ୍ର ଖାତାରେ ଟଙ୍କା ଜମା କରିବାକୁ କହିଥିଲେ। ପୀଡ଼ିତ ଯୁବକ ଘାବରେଇ ଅନଲୃାଇନରେ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ୫ହଜାର ଟଙ୍କା ଟ୍ରାନ୍ସଫର କରିଦେଇଥିଲେ। ଏହା ପରେ ବ୍ଲାକମେଲର ମାନିଲେନି। ବାକି ୯୫ହଜାର ଟଙ୍କା ଦେଲେ ଯାଇ ଭିଡିଓ ଡିଲିଟ୍ କରିବାକୁ କହିଥିଲେ। ଏଥିରେ ବ୍ୟଥିତ ଯୁବକ ଥାନାରେ ପହଞ୍ଚି ଏତଲା ଦେଇଥିଲେ। ଆଉ ପୁଲିସ ଯାଞ୍ଚ କରି ନମ୍ୱର ଟ୍ରେସ୍ କରି ଜାଣିବାକୁ ପାଇଥିଲା ଯେ, ସେ ନମ୍ୱର ହେଉଛି ଯୁବକଙ୍କ ଗାର୍ଲଫ୍ରେଣ୍ଡଙ୍କ ବନ୍ଧୁର। ଆଉ ଶେଷରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *