ରାଜସ୍ଥାନର ଆଜମେର ଜିଲ୍ଲାର ନସିରାବାଦ ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ଜଣେ ମହିଳା ଜନତା ନିଜର ଦିବ୍ୟାଙ୍ଗ ପ୍ରେମିକ ବସିର ଖାନଙ୍କ ସହ ମିଶି ନିଜ ସ୍ୱାମୀଙ୍କୁ ମର୍ଡର କରିଛନ୍ତି। ଦୁହିଁଙ୍କ ପ୍ରେମ ସମ୍ପର୍କରେ ବାଧା ଦେଉଥିଲେ ସ୍ୱାମୀ ମସ୍ତାନ। ସେଥିଲାଗି ସବୁଦିନ ଲାଗି ମସ୍ତାନକୁ ରାସ୍ତାରୁ ହଟାଇବାକୁ ଷଡ଼ଯନ୍ତ୍ର କରିଥିଲେ ଉଭୟ। ମଜଦୁରୀ କରି ଘରକୁ ଫେରିବା ପରେ ମସ୍ତାନ ସହ କୁଆଡ଼େ ବସିର ମଦ ପାର୍ଟି କରିବାକୁ ଚାହୁଁଛି ବୋଲି କହିଥିଲେ ଜନତା। କିନ୍ତୁ ଏଥିଲାଗି ଟଙ୍କା ଦରକାର ହେବ। ଏ ଟଙ୍କା ବି ବସିର ଯୋଗାଡ଼ କରିବ ବୋଲି କହିଛି। ଏ ଭରସା ଦେଇ କୌଣସିମତେ ମସ୍ତାନକୁ ମନାଇଦେଇଥିଲା ଜନତା। ଆଉ ମସ୍ତାନ ଘରୁ ବାହାରିବା ପୂର୍ବରୁ ଏହାର ସୂଚନା ନିଜ ପ୍ରେମିକ ବସିରକୁ ଦେଇଥିଲେ ଜନତା। ମସ୍ତାନ ଓ ବସିର ଆଗ ହାଉସିଂବୋର୍ଡ ସାମ୍ନାରେ ଥିବା ଜରାଜୀର୍ଣ୍ଣ ଅବସ୍ଥାରେ ଥିବା କ୍ୱାର୍ଟସରେ ପହଞ୍ଚିଥିଲେ। ମଦ ପିଇଥିଲେ। ନିଶା ଚଢ଼ିବା ପରେ ଧାରୁଆ ଅସ୍ତ୍ରରେ ମସ୍ତାନର ଗଳା କାଟି ହତ୍ୟା କରିଦେଇଥିଲେ ବସିର। ଆଉ ଘଟଣାସ୍ଥଳରେ ସ୍କୁଟି ଧରି ଛୁ ମାରିଥିଲା। ଶେଷରେ ପୁଲିସ ଏହି ମର୍ଡର ମାମଲାରେ ଅଭିଯୁକ୍ତ ଦିବ୍ୟାଙ୍ଗ ପ୍ରେମିକ ବସିର ସହ ପୁରା ଷଡ଼ଯନ୍ତ୍ରରେ ସାମିଲ ଥିବା ମାଷ୍ଟରମାଇଣ୍ଡ ପତ୍ନୀ ଜନତାକୁ ଗିରଫ କରିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now