ସ୍ତ୍ରୀର ତଣ୍ଟିଚିପି ହତ୍ୟା

Spread the love

ନୂଆପଡା: ଜନ୍ମ ଜାତ ଶିଶୁ ଝିଅର ରଙ୍ଗ କଳା ବୋଲି ସ୍ତ୍ରୀର ତଣ୍ଟିଚିପି ହତ୍ୟା କଲା ସଇତାନ ସ୍ୱାମୀ। କୁନି ଝିଅ କହୁଛି ନିଜ ମା’ର ହତ୍ୟାର କାହାଣୀ। ଏଭଳି ଏକ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର କାକିନାଡ଼ାରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ। ହେଲେ ଉଭୟଙ୍କ ଘର ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକରେ। ସୂଚନା ଅନୁଯାଇ ଉମରକୋଟ ବ୍ଲକ ସିଲାଟି ଗ୍ରାମର ମାଣିକ ଘୋଷ ୫ ବର୍ଷ ପୂର୍ବେ କାରାଗାଁର ଲିପିକା ମଣ୍ଡଳଙ୍କୁ ବାହା ହୋଇଥିଲେ। ପରେ ଲିପିକାଙ୍କ ଏକ କଳା ରଙ୍ଗର ଝିଅ ଟିଏ ହୋଇଥିଲା। ଆଉ ସେହି ଦିନ ଠାରୁ ଲିପିକାଙ୍କ ପ୍ରତି ମାଣିକ ଓ ତାଙ୍କ ପରିବାର ଲୋକଙ୍କର ଆରମ୍ଭ ହୋଇଥିଲା ନିର୍ଯାତନା। ପରବର୍ତ୍ତୀ ସମୟରେ ଲିପିକାକୁ ତାଙ୍କ ବାପା ଘରକୁ ପଠାଇ ଦେଇଥିଲା ସ୍ୱାମୀ। ଶେଷରେ ବାଧ୍ୟ ହୋଇ ଲିପିକା ଉମରକୋଟ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପରେ ଜୁନ ମାସରେ ମାଣିକ କାରାଗାଁକୁ ଆସି ସ୍ତ୍ରୀ ଲିପିକା ଓ ଝିଅ ମାହିଙ୍କୁ ନେଇ କାକିନାଡ଼ା ଯାଇଥିଲେ। ଆଉ ସେଠାରେ ଏକ ହୋଟେଲରେ ଲିପିକାଙ୍କ ତଣ୍ଟି ଚିପ ହତ୍ୟା କରିଥିଲେ। ପରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚିଥିଲା। ଆଉ ସେତେ ବେଳେ କୁନି ଝିଅଟି ପୋଲିସ ଅଗେରେ ସବୁ ସତ କହିଥିଲା।

Leave a Reply

Your email address will not be published. Required fields are marked *