ଘରେ ତିନି ଦିନ ହେଲା ପତ୍ନୀକୁ ମର୍ଡର କରି ପକାଇଦେଇଥିଲା ପତି। ମର୍ଡର କରି କୁଆଡ଼େ ଫେରାର୍ ହୋଇନଥିଲା। ପତ୍ନୀ ପାର୍ବତୀର ଶବ ସହ ୩ ଦିନ ରହିଥିଲା ଶକ୍ତି। ଆଉ ଶାଳୀକୁ ଫୋନ୍ କରି କହିଥିଲା, ତୋ ଭଉଣୀକୁ ମାରିଦେଇଛି। ଘରେ ଶବ ପଡ଼ିଛି। ଶବକୁ ଜାଳିଦେବ। ଦୁହେଁ ୩ ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ପତ୍ନୀ ପାର୍ବତୀର ଗଳା କାଟି ହତ୍ୟା କରିଥିଲା ସ୍ୱାମୀ ଶକ୍ତି। ମର୍ଡର କରି କାହାକୁ କିଛି କହିନଥିଲା। ପାର୍ବତୀ ଘର ଲୋକେ ତିନି ଦିନ ହେଲା ଝିଅ କାହିଁକି ଫୋନ୍ ଉଠାଉନି। ବ୍ୟତିବ୍ୟସ୍ତ ହୋଇ ଘରକୁ ଆସିବା ଆଗରୁ ଫୋନ କରି ସବୁକିଛି କହିଦେଇଥିଲା ଶକ୍ତି। ପାର୍ବତୀଙ୍କ ଭଉଣୀ ଘରକୁ ଦେଖିବାକୁ ଆସିଥିଲେ। ଆଉ ଘରେ ପହଞ୍ଚି ଦେଖନ୍ତି ତ ଭଉଣୀର ଶବ ପଡ଼ିଛି। ଗଳା ସହ ହାତର ଶିରା କଟାଯାଇଛି। ଘର ଯାକ ରକ୍ତର ଛିଟାଯ ୟୁପି ଆଗ୍ରାରୁ ଆସିଛି ଏଭଳି ହତ୍ୟାକାଣ୍ଡର ଘଟଣା। ଆଶଙ୍କା କରାଯାଉଛି ଯେ, ଆଗ ପତ୍ନୀକୁ ବେହୋସ କରି ପରେ ଗଳା କାଟି ମାରିଛି ଶକ୍ତି। ସେଥିଲାଗି ବୋଧହୁଏ ହତ୍ୟାକାଣ୍ଡ ବାବଦରେ ପଡ଼ୋଶୀଙ୍କୁ ସୁରାକ୍ ମିଳିନଥିଲା। ବଡ ଭଉଣୀ ଗୀତାଙ୍କ କହିବା ଅନୁସାରେ, ପ୍ରାୟ ସାଢ଼େ ୪ ବର୍ଷ ତଳେ ମା-ବାପାଙ୍କ ମୃତ୍ୟୁ ପରେ ୨୬ ବର୍ଷୀୟା ସାନ ଭଉଣୀ ପାର୍ବତୀ ଓରଫ ଶିବାନୀ ଆଗ୍ରା ଆସିଥିଲା। ଏଠାରେ ଶକ୍ତି ସହ ତାହାର ପ୍ରେମସମ୍ପର୍କ ଗଢ଼ିଉଠିଥିଲା। ଶକ୍ତି ଏମିତିରେ ନିଶାଗ୍ରସ୍ତ ଥାଏ। ନିଇତି ମଦ ପିଇ ଘରକୁ ଆସି ପାର୍ବତୀ ସହ ଝଗଡ଼ା କରେ। ଶବାନୀ ମଦ ପିଇବାକୁ ଯେତେ ବାରଣ କଲେ ବି ନଶୁଣି ମାଡ଼ପିଟ୍ କରେ। କାହା ସହ ଫୋନରେ କଥା ହେଉଛୁ କହି ଶିବାନୀ ଚରିତ୍ର ଉପରେ ବି ସନ୍ଦେହ କରୁଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now